Categories: ଖେଳ

ଆଜି ଗୁରୁତ୍ୱପୂର୍ଣ୍ଣ ମୁକାବିଲା: ଜାଣନ୍ତୁ କେଉଁଠି, କେତେବେଳେ ଦେଖିବେ…

ନୂଆଦିଲ୍ଲୀ,୧୪।୬: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ମଙ୍ଗଳବାର ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜର ତୃତୀୟ ମୁକାବିଲା ଖେଳାଯିବ। ଋଷଭ ପନ୍ତଙ୍କ ନେତୃତ୍ୱାଧୀନ ଭାରତୀୟ ଟିମ୍‌ ଲାଗି ଆଜିର ମୁକାବିଲା ‘କର ବା ମର’ ମ୍ୟାଚ୍‌ ସାବ୍ୟସ୍ତ ହେବ। କାରଣ ଦଳ ପୂର୍ବ ଦୁଇଟି ମ୍ୟାଚ୍‌ରେ ପରାସ୍ତ ହୋଇଥିବାରୁ ଏହି ମ୍ୟାଚ୍‌ ହାରିଲେ ଦଳ ସିରିଜ୍‌ ହାତଛଡ଼ା କରିବ। ତେବେ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌କୁ କେବେ, କେଉଁଠି ଏବଂ କେଉଁ ସମୟରେ ଦେଖିବେ ଆସନ୍ତୁ ଜାଣିବା।

-କେତେବେଳେ ଖେଳାଯିବ:
ଜୁନ୍‌ ୧୪, ମଙଗଳବାର ଏହି ମ୍ୟାଚ୍‌ ଖେଳାଯିବାର କାର୍ଯ୍ୟକ୍ରମ ରହିଛି।

-କେଉଁଠି ଖେଳାଯିବ:
ବିଶାଖାପାଟନମର ଡ ଓ୍ବାଇ ଏସ୍‌ ରାଜଶେଖର ରେଡ୍ଡୀ ଏସିଏ ବିଡିସିଏ କ୍ରିକେଟ ଷ୍ଟାଡିୟମରେ ମ୍ୟାଚ୍‌ ଖେଳାଯିବ।

-କେଉଁ ସମୟରେ ଆରମ୍ଭ ହେବ:
ଭାରତୀୟ ସମୟ ଅନୁଯାୟୀ ଅପରାହ୍ନ ୭ଟାରେ ମ୍ୟାଚ୍‌ ଆରମ୍ଭ ହେବ। ଟସ୍‌ ୬.୩୦ରେ ପଡ଼ିବ।
-ଲାଇଭ ପ୍ରସାରଣ କେଉଁଠି ଦେଖିବେ?
ତୃତୀୟ ଟି-୨୦ର ଲାଇଭ ପ୍ରସାରଣ ଷ୍ଟାର ସ୍ପୋଟ୍ସ ୧, ଷ୍ଟାର ସ୍ପୋଟ୍ସ ୧ ଏଚ୍‌ଡି, ଷ୍ଟାର ସ୍ପୋଟ୍ସ ୨, ଷ୍ଟାର ସ୍ପୋଟ୍ସ ୨ ଏଚ୍‌ଡି ଏବଂ ଷ୍ଟାର ସ୍ପୋଟ୍ସ ୩ରେ ଦେଖିପାରିବେ।
-ଲାଇଭ୍‌ ଷ୍ଟ୍ରିମିଂ କେଉଁଠି ଦେଖିବେ: ଡିଜନୀ ପ୍ଲସ ହଟ୍‌ଷ୍ଟାରରେ ତୃତୀୟ ଟି୨୦ା ଲାଇଭ୍‌ ଷ୍ଟ୍ରିମିଂ ଦେଖିପାରିବେ। ଏହାଛଡ଼ା ଅନ୍‌ଲାଇନ୍‌ରୁ ମଧ୍ୟ ଏହା ଦେଖିପାରିବେ।

Share