Categories: Home Middleଖେଳ

ଭାରତ ବନାମ ଦକ୍ଷିଣ ଆଫ୍ରିକା: ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା…

ନୂଆଦିଲ୍ଲୀ,୨୨।୧୧: ଭାରତ ବନାମ ଦକ୍ଷିଣ ଆଫ୍ରିକା ସିରିଜର ଦ୍ୱିତୀୟ ଟେଷ୍ଟ ଗୌହାଟିର ବରସାପାରା କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଛି। ଆଜି ଟେଷ୍ଟର ପ୍ରଥମ ଦିନ। ଏହି ଟେଷ୍ଟରେ ମଧ୍ୟ ଭାରତର ଟସ୍‌ ହାରିବା ଧାରା ଜାରି ରହିଛି। ଦକ୍ଷିଣ ଆଫ୍ରିକା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ତେବେ ଅଧିନାୟକ ଭାବରେ ତାଙ୍କର ପ୍ରଥମ ଟେଷ୍ଟ ଖେଳୁଥିବା ରିଷଭ ପନ୍ତ କହିଛନ୍ତି ଯେ ପ୍ରଥମେ ବୋଲିଂ କରିବା ଏଠାରେ ଏକ ଖରାପ ବିକଳ୍ପ ନୁହେଁ।

ଭାରତର ପ୍ଲେଇଂ ୧୧:
ଯଶସ୍ବୀ ଜୟସ୍ବାଲ, କେଏଲ ରାହୁଲ, ସାଇ ସୁଦର୍ଶନ, ଧ୍ରୁବ ଜୁରେଲ, ରିଷଭ ପନ୍ତ (ଅଧିନାୟକ ଏବଂ ଉଇକେଟ୍‌କିପର), ନୀତିଶ କୁମାର ରେଡ୍ଡୀ, ରବିନ୍ଦ୍ର ଜାଡେଜା, ୱାଶିଂଟନ ସୁନ୍ଦର, କୁଲଦୀପ ଯାଦବ, ଜସପ୍ରିତ ବୁମରା, ମହମ୍ମଦ ସିରାଜ।

ଦକ୍ଷିଣ ଆଫ୍ରିକାର ପ୍ଲେଇଂ ୧୧:
ଏଡେନ ମାର୍କ୍ରମ, ରିଆନ ରିକେଲଟନ, ୱାଇଆନ ମୁଲଡର, ଟୋନି ଡି ଜୋରଜି, ଟେମ୍ବା ବାବମା (ଅଧିନାୟକ), ଟ୍ରିଷ୍ଟାନ ଷ୍ଟବ୍ସ, କାଇଲ ଭେରେନ ( ଉଇକେଟ୍‌ କିପର), ମାର୍କୋ ଜାନସେନ, ସେନୁରାନ ମୁଥୁସାମି, ସାଇମନ ହାର୍ମର, କେଶବ ମହାରାଜ।

 

Dharitri – The Largest & Most Trusted Odia Daily

Share
Tags: Sports News