Categories: Home Leftଖେଳ

ଭାରତକୁ ବଡ଼ ଝଟକା: ରୋହିତଙ୍କ ପରେ ପାଭିଲିୟନ ଫେରିଲେ ଯଶସ୍ବୀ

ନୂଆଦିଲ୍ଲୀ,୩।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜର ଦ୍ୱିତୀୟ ମ୍ୟାଚ ରାୟପୁରରେ ଖେଳାଯାଉଛି। ଦକ୍ଷିଣ ଆଫ୍ରିକାର ଅଧିନାୟକ ଟେମ୍ବା ବାଭୁମା ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ରାଞ୍ଚିରେ ଇନିଂସ ଓପନ କରିଥିବା ଯଶସ୍ବୀ ଜୟସ୍ବାଲ ଏବଂ ରୋହିତ ଶର୍ମା ଦ୍ୱିତୀୟ ମ୍ୟାଚରେ ଇନିଂସ ଓପନ କରିବାକୁ ମଇଦାନକୁ ଓହ୍ଲାଇଥିଲେ। ପାୱାରପ୍ଲେରେ ହିଁ ଭାରତକୁ ଏକ ବଡ଼ ଝଟକା ଲାଗିଛି। ପୂର୍ବ ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିଥିବା ରୋହିତ ଶର୍ମା ୮ ବଲ୍‌ରେ ୧୪ ରନ କରି ବିଦାୟ ନେଇଥିଲେ। ପଞ୍ଚମ ଓଭରର ପଞ୍ଚମ ବଲ୍‌ରେ ନାଣ୍ଡ୍ରେ ବର୍ଗରଙ୍କ ଦ୍ୱାରା ସେ ଆଉଟ ହୋଇଥିଲେ। ଆଉଟ ହେବା ପୂର୍ବରୁ, ରୋହିତ ସେହି ଓଭରର ପ୍ରଥମ ତିନୋଟି ବଲ୍‌ରେ ଲଗାତାର ଚୌକା ମାରିଥିଲେ। ତାଙ୍କ ଆଉଟ ହେବା ପରେ, ବିରାଟ କୋହଲି ଯଶସ୍ବୀ ଜୟସ୍ବାଲଙ୍କ ସହିତ ଯୋଗଦେବା ପାଇଁ କ୍ରିଜ୍‌କୁ ଆସିଥିଲେ। ହେଲେ ଇଣ୍ଡିଆର ଦ୍ୱିତୀୟ ଉଇକେଟ୍‌ ପଡ଼ିଛି। ରୋହିତଙ୍କ ପରେ ଯଶସ୍ବୀ ଜୟସୱାଲ ମଧ୍ୟ ପାଭିଲିୟନ ଫେରିଯାଇଛନ୍ତି। ଯଶସ୍ବୀ ୩୮ବଲରୁ ୨୨ରନ କରିଥିଲେ, ଯେଉଁଥିରେ ଦୁଇଟି ଚୌକା ଏବଂ ଗୋଟିଏ ଛକା ସାମିଲ ଥିଲା।

Dharitri – The Largest & Most Trusted Odia Daily