Categories: Home Leftଖେଳ

କ୍ୟାରିୟରର ପ୍ରଥମ ଶତକ ହାସଲ କରି ଇତିହାସ ସୃଷ୍ଟି କଲେ ଋତୁରାଜ ଗାଏକ୍ୱାଡ, ଦ୍ରୁତତମ ଶତକ କ୍ଷେତ୍ରରେ…

ନୂଆଦିଲ୍ଲୀ,୩।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜର ଦ୍ୱିତୀୟ ମ୍ୟାଚ ରାୟପୁରରେ ଖେଳାଯାଉଛି। ଦକ୍ଷିଣ ଆଫ୍ରିକାର ଅଧିନାୟକ ଟେମ୍ବା ବାଭୁମା ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିବାବେଳେ ଭାରତ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲା। ୩୩.୪ ଓଭରରେ କର୍ବିନ ବୋଶଙ୍କ ବଲ୍‌ରେ ଚୌକା ମାରି ଋତୁରାଜ ଗାଏକ୍ୱାଡ ତାଙ୍କର ଶତକ ପୂରଣ କରିଛନ୍ତି। ସେ ୭୭ ବଲ୍‌ରେ ତାଙ୍କର ଶତକ ପୂରଣ କରିଛନ୍ତି । ଏହା ତାଙ୍କର ପ୍ରଥମ ଏକଦିବସୀୟ ଶତକ। ସେ ବିରାଟ କୋହଲିଙ୍କ ସହ ତୃତୀୟ ଉଇକେଯ୍‌ ପାଇଁ ୧୯୫ ରନର ଭାଗୀଦାରି କରିଥିଲେ। ଗାଏକ୍ୱାଡ ୧୦୫ ରନ କରି ଜାନସେନଙ୍କ ବଲ୍‌ରେ ଆଉଟ ହୋଇଛନ୍ତି।

ପୂର୍ବ ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିଥିବା ରୋହିତ ଶର୍ମା ୮ ବଲ୍‌ରେ ୧୪ ରନ କରି ବିଦାୟ ନେଇଥିଲେ। ପଞ୍ଚମ ଓଭରର ପଞ୍ଚମ ବଲ୍‌ରେ ନାଣ୍ଡ୍ରେ ବର୍ଗରଙ୍କ ଦ୍ୱାରା ସେ ଆଉଟ ହୋଇଥିଲେ। ଆଉଟ ହେବା ପୂର୍ବରୁ, ରୋହିତ ସେହି ଓଭରର ପ୍ରଥମ ତିନୋଟି ବଲ୍‌ରେ ଲଗାତାର ଚୌକା ମାରିଥିଲେ। ତାଙ୍କ ଆଉଟ ହେବା ପରେ, ବିରାଟ କୋହଲି ଯଶସ୍ବୀ ଜୟସ୍ବାଲଙ୍କ ସହିତ ଯୋଗଦେବା ପାଇଁ କ୍ରିଜ୍‌କୁ ଆସିଥିଲେ। ହେଲେ ଯଶସ୍ବୀ ୩୮ବଲରୁ ୨୨ରନ କରି ପାଭିଲିୟନ ଫେରିଥିଲେ।

Dharitri – The Largest & Most Trusted Odia Daily