IND vs NZ: ପାକିସ୍ତାନକୁ ହରାଇବା ପରେ ଇତିହାସ ରଚିବେ Virat Kohli! ଟାର୍ଗେଟରେ ୧-୨ ନୁହେଁ ରହିଛି ଏତିକି ରେକର୍ଡ

ନୂଆଦିଲ୍ଲୀ,୨୮।୨: ୨୦୨୫ ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଭାରତୀୟ ଦଳର ସବୁଠାରୁ ବଡ଼ ଚିନ୍ତା ଥିଲା ବିରାଟ କୋହଲିଙ୍କ ଫର୍ମ। ପ୍ରଥମ ମ୍ୟାଚରେ ଭାରତ ବାଂଲାଦେଶକୁ ଭେଟିଥିଲା। ଏହି ମ୍ୟାଚରେ ବିରାଟ କୋହଲିଙ୍କ ବ୍ୟାଟ କାମ କରିନଥିଲା। ବିରାଟ 3୩୮ଟି ବଲର ସମ୍ମୁଖୀନ ହୋଇ ୧ଚୌକା ସହାୟତାରେ ୨୨ ରନ କରିଥିଲେ।
ପରବର୍ତ୍ତୀ ମ୍ୟାଚରେ ଟିମ ଇଣ୍ଡିଆ ପାକିସ୍ତାନ ସହିତ ମୁକାବିଲା କରିଥିଲା। ଏହି ହାଇ-ଭୋଲଟେଜ ମ୍ୟାଚରେ ବିରାଟ କୋହଲିଙ୍କ ବ୍ୟାଟ ଧୂଆଁଧାର ବ୍ୟାଟିଂ କରିଥିଲା। ବିରାଟ ୧୧୧ ବଲରେ ୧୦୦ ରନର ଏକ ଅପରାଜିତ ଇନିଂସ ଖେଳିଥିଲେ। ଏବେ ଭାରତ ଲିଗ ପର୍ଯ୍ୟାୟର ଶେଷ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ଭେଟିବ। ଏହି ମ୍ୟାଚରେ ବିରାଟ କୋହଲି କେବଳ ୧-୨ ନୁହେଁ ବରଂ ଅନେକ ରେକର୍ଡ କରିପାରିବେ।
ଭାରତୀୟ ଦଳ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ୧୨ତମ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ଭେଟିବ। ଯଦି ଫର୍ମରେ ଥିବା ବିରାଟ କୋହଲି ଏହି ମ୍ୟାଚରେ ୧୪୧ ରନ କରନ୍ତି, ତେବେ ସେ ଚାମ୍ପିଅନ୍ସ ଟ୍ରଫି ଇତିହାସରେ ସର୍ବାଧିକ ରନ ସ୍କୋରର୍‌ ହୋଇଯିବେ। କୋହଲି ଚାମ୍ପିଅନ୍ସ ଟ୍ରଫିରେ ଏପର୍ଯ୍ୟନ୍ତ ୧୫ଟି ମ୍ୟାଚ ଖେଳି ସାରିଛନ୍ତି। ଏହି ସମୟରେ, ସେ ୧୪ଟି ଇନିଂସରେ ୯୩.୦୦ ହାରରେ ଏବଂ ୯୦.୧୬ ଷ୍ଟ୍ରାଇକ ରେଟ ସହିତ ୬୫୧ ରନ କରିଛନ୍ତି।
ଯଦି ବିରାଟ କୋହଲି ନ୍ୟୁଜିଲାଣ୍ଡ ବିପକ୍ଷରେ ୫୧ ରନ କରନ୍ତି, ତେବେ ସେ ଚାମ୍ପିଅନ୍ସ ଟ୍ରଫିରେ ଭାରତ ପାଇଁ ସର୍ବାଧିକ ରନ ସ୍କୋରର ହୋଇଯିବେ। ଶିଖର ଧାୱନ ଏହି ତାଲିକାର ଶୀର୍ଷରେ ଅଛନ୍ତି। ମିଷ୍ଟର ICC ଚାମ୍ପିଅନ୍ସ ଟ୍ରଫିର ୧୦ଟି ମ୍ୟାଚ ର ୧୦ଟି ଇନିଂସରେ ୭୦୧ ରନ କରିଥିଲେ। େfତଣଉ କୋହଲିଙ୍କ ଟାର୍ଗେଟରେ ରହିବ ଶିଖର ଧାଓ୍ବନଙ୍କ ରେକର୍ଡ।