IND vs NZ: ଫାଇନାଲରେ ବି ଟସ୍‌ ହାରିଲେ ରୋହିତ, ବୋଲିଂ କରିବ ଟିମ୍‌ ଇଣ୍ଡିଆ

ଦୁବାଇ,୯।୩: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଫାଇନାଲ ମୁକାବିଲା ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆରମ୍ଭ ହୋଇଛି। ଏହି ଐତିହାସିକ ମୁକାବିଲାରେ ନ୍ୟୁଜିଲାଣ୍ଡ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି। ଏଣୁ ଭାରତ ପ୍ରଥମେ ବୋଲିଂ କରିବ।
ତେବେ ଚାମ୍ପିଅନ୍ସ ଟ୍ରଫି ଇତିହାସରେ ଉଭୟ ଟିମ୍‌ ଦ୍ୱିତୀୟ ଥର ପାଇଁ ଫାଇନାଲ ଖେଳୁଛନ୍ତି। ଏହାପୂର୍ବରୁ ୨୦୦୨ରେ ନ୍ୟୁଜିଲାଣ୍ଡ ଭାରତକୁ ହରାଇ ଟୁର୍ନାମେଣ୍ଟ ଜିତିଥିଲା।
ଟିମ ଇଣ୍ଡିଆର ପ୍ଲେଇଂ ଇଲେଭେନ:
ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, କେ ଏଲ୍‌ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ, ମହମ୍ମଦ ଶାମି।
ନ୍ୟୁଜିଲାଣ୍ଡର ପ୍ଲେଇଂ ୧୧:
ମିଚେଲ ସାଣ୍ଟନର (ଅଧିନାୟକ), ୱିଲ ୟଙ୍ଗ, ରାଚିନ ରବିନ୍ଦ୍ର, କେନ ୱିଲିୟମସନ, ଡାରିଲ ମିଚେଲ, ଗ୍ଲେନ ଫିଲିପ୍ସ, ଟମ ଲାଥାମ, ମାଇକେଲ ବ୍ରେସୱେଲ, କାଇଲ ଜାମିସନ, ୱିଲ ଓ’ରୌର୍କ, ନାଥନ ସ୍ମିଥ।

Share
Tags: sports