Categories: Home Leftଖେଳ

IND vs NZ: ଫାଇନାଲ ପୂର୍ବରୁ ବଡ଼ ଭବିଷ୍ୟବାଣୀ, ଶେଷ ମୂହୁର୍ତ୍ତରେ ବାଜି ପଲଟେଇଦେବ…

ଦୁବାଇ,୯।୩: ଆଇସିସି ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ମୁହାଁମୁହିଁ ହେବେ ଭାରତ ଏବଂ ନ୍ୟୁଜିଲାଣ୍ଡ । ଦୁଇ ଟିମ ପ୍ରସ୍ତୁତି ଜୋରଦାର୍‌ କରୁଛନ୍ତି । ଦୁବାଇରେ ମୁହାଁମୁହିଁ ହେବେ ଭାରତ ଏବଂ ନ୍ୟୁଜିଲାଣ୍ଡ । ଚାମ୍ପିୟନ୍ସ ଟ୍ରଫିରେ ଏଯାଏ ଅପରାଜେୟ ରହିଥିବା ଭାରତୀୟ ଦଳ ବେଶ ଶକ୍ତିଶାଳୀ ରହିଛି । ସେପଟେ ନ୍ୟୁଜିଲାଣ୍ଡ ବି ଦମଦାର ପ୍ରଦର୍ଶନ କରି ଫାଇନାଲରେ ପହଞ୍ଚିଛି । ତଥାପି ଗ୍ରୁପ ପର୍ଯ୍ୟାୟ ମୁକାବିଲାରେ ନ୍ୟୁଜିଲାଣ୍ଡ ପରାସ୍ତ କରିସାରିଛି ଟିମ ଇଣ୍ଡିଆ । ସେପଟେ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩୬୩ ସ୍କୋର କରିଛି।

ତେବେ ଫାଇନାଲ ମ୍ୟାଚ ପୂର୍ବରୁ ଜଣାଶୁଣା ଜ୍ୟୋର୍ତିବିଦ ଗ୍ରୀନଷ୍ଟୋନ ଲୋବୋ ଚାମ୍ପିୟନ୍ସ ଟ୍ରଫିକୁ ନେଇ ବଡ଼ ଭବିଷ୍ୟବାଣୀ କରିଛନ୍ତି । ସେ କହିଛନ୍ତି ଏଥର ICC ଚାମ୍ପିୟନ୍ସ ଟ୍ରଫି କେଉଁ ଟିମ ଜିତିବ । ଜ୍ୟୋର୍ତିବିଦ ଗ୍ରୀନଷ୍ଟୋନ ଲୋବୋ କହିଛନ୍ତି, ରୋହିତ ଶର୍ମା ନେତୃତ୍ବାଧୀନ ଟିମ ଇଣ୍ଡିଆ ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିବ ଏବଂ ଟ୍ରଫି ହାତେଇବ । ରବିବାର ଦିନ ଭାରତ ପାଇଁ ଖୁବ ଭଲ ହେବାକୁ ଯାଉଥିବା ସେ କହିଛନ୍ତି । ଏହା ପୂର୍ବରୁ ବି ଅନେକ ଥର କ୍ରିକେଟକୁ ନେଇ ଭବିଷ୍ୟବାଣୀ କରିଛନ୍ତି ଗ୍ରୀନଷ୍ଟୋନ ଲୋବୋ । ଆଉ ସତ ବି ହୋଇଛି । ଏବେ ଭାରତ ଏବଂ ନ୍ୟୁଜିଲାଣ୍ଡ ଫାଇନାଲକୁ ନେଇ ବଡ଼ ଭବିଷ୍ୟବାଣୀ କରିଛନ୍ତି ସେ ।

ରୋହିତ ଶର୍ମାଙ୍କ ଭାଗ୍ୟ ସାଥ ଦେବ । ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ ଭଳି ଚାମ୍ପିୟନ୍ସ ଟ୍ରଫିରେ ବି ଭଲ ପ୍ରଦର୍ଶନ କରିବ ଭାରତ ଏବଂ ଚାମ୍ପିୟନ ହେବ ବୋଲି କହିଛନ୍ତି, ଜ୍ୟୋର୍ତିବିଦ ଗ୍ରୀନଷ୍ଟୋନ ଲୋବୋ ।

ଭାରତର ସମ୍ଭାବ୍ୟ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, ଅକ୍ଷର ପଟେଲ, ଲୋକେସ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ମହମ୍ମଦ ଶାମି ଏବଂ ବରୁଣ ଚକ୍ରବର୍ତ୍ତୀ

Share