IND vs ENG: ବଦଳି ଗଲା ଟିମ୍‌ ଇଣ୍ଡିଆ, ୧୨ ବର୍ଷ ପରେ ପ୍ରଥମ ଥର ଲାଗି ଦେଖିବାକୁ ମିଳିଲା ଏଭଳି ଦୃଶ୍ୟ

ହାଇଦ୍ରାବାଦ,୨୫।୧: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଗୁରୁବାରଠାରୁ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହୋଇଛି। ବହୁ ପ୍ରତିକ୍ଷିତ ଏହି ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି, ଯାହା ପ୍ରାୟ ୧୨ ବର୍ଷ ଧରି ଦେଖିବାକୁ ମିଳି ନ ଥିଲା। କିଛି ସପ୍ତାହ ପୂର୍ବରୁ ଏଭଳି ହେବା ଆଶା କରାଯାଉ ନ ଥିଲା। ହେଲେ ଟେଷ୍ଟ ମ୍ୟାଚ୍‌ ପୂର୍ବରୁ ତାହା ସମ୍ଭବ ହୋଇଛି। ଏହି ମାମଲା ବିରାଟ କୋହଲି, ଚେତେଶ୍ୱର ପୂଜାରା ଏବଂ ଅଜିଙ୍କ୍ୟ ରାହାନେଙ୍କ ସହ ଜଡ଼ିତ।

ପ୍ରକୃତରେ ୧୨ ବର୍ଷରେ ଭାରତ ପ୍ରଥମ ଟେଷ୍ଟ ଏଭଳି ଖେଳୁଛି ଯେଉଁଥିରେ ବିରାଟ, ପୂଜାରା ଏବଂ ରାହାନେଙ୍କ ମଧ୍ୟରୁ କେହି ବି ଏକାଦଶରେ ସାମିଲ ହୋଇନାହାନ୍ତି। ଏହାପୂର୍ବରୁ ନଭେମ୍ବର ୨୦୧୧ରେ କୋଲକାତାର ଇଡେନ ଗାଡେନ୍ସରେ ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ଟେଷ୍ଟରେ ତିନିଜଣ ଯାକ ଖେଳାଳି ଖେଳି ନ ଥିଲେ। ଏହାପରେ ଖେଳାଯାଇଥିବା ପ୍ରତି ଟେଷ୍ଟରେ ସେମାନଙ୍କ ମଧ୍ୟରୁ ଜଣେ ହେଲେ ବି ଏକାଦଶରେ ସାମିଲ ରହୁଥିଲେ।

Share
Tags: IND VS ENG