ମୁମ୍ବାଇ,୫।୩: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଜାରି ରହିଥିବା ଦ୍ୱିତୀୟ ସେମିଫାଇନାଲରେ ପୁଣି ଥରେ ଚମକିଛନ୍ତି ସଞ୍ଜୁ ସାମସନ। ପୂର୍ବ ମୁକାବିଲାରେ ଜବରଦସ୍ତ ପ୍ରଦର୍ଶନ କରି ଭାରତକୁ ବିଜେତା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଏହି କ୍ରିକେଟର ନିଜର ଅର୍ଦ୍ଧଶତକ ପୂରଣ କରିଛନ୍ତି। ଏବେ ସେ ୩୬ ବଲ୍ରେ୭୪ ରନ୍ କରି ଖେଳୁଛନ୍ତି। ତାଙ୍କ ସହ ଶିବମ ଦୁବେ ମଧ୍ୟ ୨ ବଲ୍ରେ ୨ ରନ୍ କରି କ୍ରିଜରେ ଅଛନ୍ତି। ଏବେ ଭାରତର ସ୍କୋର ୧୨୮ରେ ପହଞ୍ଚାଇଛନ୍ତି।
କହିରଖୁଛୁ, ଟି-୨୦ ବିଶ୍ୱକପ ଇତିହାସରେ ଏହି ଦୁଇ ଦଳ ଷଷ୍ଠ ଥର ପାଇଁ ପରସ୍ପରର ସାମ୍ନା କରୁଛନ୍ତି। ଗୁରୁବାର ଖେଳାଯାଉଥିବା ଏହି ମୁକାବିଲାରେ ଇଂଲଣ୍ଡ ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି। ପୂର୍ବରୁ ହୋଇଥିବା ୫ଟି ମୁକାବିଲାରେ ଭାରତ ୩-୨ ବ୍ୟବଧାନରେ ଇଂଲଣ୍ଡଠାରୁ ଆଗରେ ଅଛି। ଅର୍ଥାତ ୫ ମ୍ୟାଚ ମଧ୍ୟରୁ ଭାରତ ୩ଟିରେ ବିଜୟୀ ହୋଇଥିବା ବେଳେ ଇଂଲଣ୍ଡ ୨ଟି ମ୍ୟାଚ ଜିତିବାରେ ସଫଳ ହୋଇଛି।
ମୁମ୍ବାଇର ଐତିହାସିକ ୱାଙ୍ଖେଡ଼େ ଷ୍ଟାଡିୟମରେ ଏହି ଦ୍ୱିତୀୟ ସେମିଫାଇନାଲ ଖେଳାଯାଉଛି। ଉଭୟ ଦଳ ପାଇଁ ଏହି ମ୍ୟାଚ ଜିତିବା ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି। କାରଣ ଏହାକୁ ହାରିବା ଦଳର ବିଶ୍ୱକପ ଅଭିଯାନ ଶେଷ ହେବ ଏବଂ ଜିତିଲେ ସିଧା ଫାଇନାଲ ଟିକେଟ ମିଳିବ। ଏହି ମ୍ୟାଚ୍ର ବିଜେତା ଦଳ ଫାଇନାଲରେ ନ୍ୟୁଜିଲ୍ୟାଣ୍ଡକୁ ଭେଟିବ।