ଅହମଦାବାଦ,୧୨।୨: ଅହମଦାବାଦ ଦିନିକିଆ ମ୍ୟାଚ୍ରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ଟିମ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇବ।
ଏହି ମ୍ୟାଚ ପାଇଁ ଇଂଲଣ୍ଡ ପ୍ଲେଇଙ୍ଗ-୧୧ରେ ଗୋଟିଏ ପରିବର୍ତ୍ତନ କରିଛି। ଭାରତ ଦଳରେ ତିନୋଟି ପରିବର୍ତ୍ତନ କରିଛି। ଏହି ମ୍ୟାଚ୍ରେ ମହମ୍ମଦ ଶାମି, ରବିନ୍ଦ୍ର ଜାଡେଜା ଏବଂ ବରୁଣ ଚକ୍ରବର୍ତ୍ତୀ ଖେଳିବେ ନାହିଁ। ସେମାନଙ୍କ ସ୍ଥାନରେ, ଅର୍ଶଦୀପ ସିଂହ, ୱାଶିଂଟନ ସୁନ୍ଦର ଏବଂ କୁଲଦୀପ ଯାଦବଙ୍କୁ ସୁଯୋଗ ଦିଆଯାଇଛି। ରିଷଭ ପନ୍ତ ଲଗାତାର ତୃତୀୟ ମ୍ୟାଚ ଖେଳିବେ ନାହିଁ ଏବଂ ତାଙ୍କ ସ୍ଥାନରେ କେଏଲ ରାହୁଲ ଉଇକେଟ କିପିଂ ଦାୟିତ୍ୱ ନେବେ।