IND vs ENG 1st Test: ଟସ୍‌ ଜିତିଲା ଇଂଲଣ୍ଡ: ଡେବ୍ୟୁ କରିବେ ସାଇ ସୁଦର୍ଶନ, ଜାଣନ୍ତୁ ଭାରତୀୟ ଦଳରୁ କିଏ ପଡ଼ିଲେ ବାଦ୍‌

ଲିଡ୍ସ,୨୦।୫: ଲିଡ୍ସ ଟେଷ୍ଟରେ ଇଂଲଣ୍ଡ ଟସ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି। ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଲିଡ୍ସର ଐତିହାସିକ ପଡ଼ିଆ ହେଡିଙ୍ଗଲିରେ ଖେଳାଯାଉଛି। ଭାରତୀୟ ଦଳ ଏହି ମ୍ୟାଚରେ ସାଇ ସୁଦର୍ଶନଙ୍କୁ ଡେବ୍ୟୁ କରିବାର ସୁଯୋଗ ଦେଇଛି। କରୁଣ ନାୟାରଙ୍କୁ ମଧ୍ୟ ପ୍ଲେଇଂ ଇଲେଭେନରେ ସାମିଲ କରାଯାଇଛି। ଏହି ଖେଳାଳିଙ୍କୁ ୨୦୧୭ ପରେ ପ୍ରଥମ ଥର ପାଇଁ ଟେଷ୍ଟ ଖେଳିବାର ଦେଖାଯିବ। ବଡ଼ ଖବର ହେଉଛି ନୀତିଶ ରେଡ୍ଡୀ, କୁଲଦୀପ ଯାଦବଙ୍କ ଭଳି ଖେଳାଳି ପ୍ଲେଇଂ ଇଲେଭେନରୁ ବାଦ୍‌ ପଡ଼ିଛନ୍ତି।

ଭାରତର ପ୍ଲେଇଂ ଇଲେଭେନ – ଯଶସ୍ବୀ ଜୟସ୍ବାଲ, କେଏଲ ରାହୁଲ, ସାଇ ସୁଦର୍ଶନ, ଶୁବମନ ଗିଲ, ରିଷଭ ପନ୍ତ, କରୁଣ ନାୟାର, ରବିନ୍ଦ୍ର ଜାଡେଜା, ଶାର୍ଦ୍ଦୁଳ ଠାକୁର, ଜସପ୍ରିତ ବୁମରା, ମହମ୍ମଦ ସିରାଜ ଏବଂ ପ୍ରସିଦ୍ଧ କ୍ରିଷ୍ଣା।

Share