ଝିଅଙ୍କ ବିବାହ ବୟସ ୧୮ରୁ ୨୧ ବର୍ଷ ବୃଦ୍ଧି ବିଲ୍‌ ଲୋକ ସଭାରେ ଆଗତ

ନୂଆଦିଲ୍ଲୀ,୨୧।୧୨:ସଂସଦର ଶୀତକାଳୀନ ଅଧିବେଶନ ଶେଷ ହେବାକୁ ଆଉ କିଛି ଦିନ ବାକି ଅଛି। ଏଭଳି ପରିସ୍ଥିତିରେ କେନ୍ଦ୍ରର ମୋଦି ସରକାର ଅବଶିଷ୍ଟ ବିଲ୍‌କୁ ଯଥାଶୀଘ୍ର ପାସ କରିବାକୁ ଚାହୁଁଛନ୍ତି। ଏହି କ୍ରମରେ ଆଜି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ଲୋକ ସଭାରେ ୨୦୨୧ମସିହାରେ ବାଲ୍ୟ ବିବାହ ନିଷେଧାଦେଶ (ସଂଶୋଧନ) ବିଲ ଆଗତ କରିଛନ୍ତି। ପରେ ବିଲ ସଂସଦର ଷ୍ଟାଣ୍ଡିଂ କମିଟି ନିକଟକୁ ପଠାଯାଇଛି। ଏହି ବିଲରେ ଝିଅମାନଙ୍କର ବିବାହ ବୟସ ୧୮ ବର୍ଷରୁ ୨୧ ବର୍ଷକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି।

Share