ଭୁବନେଶ୍ୱର,୧୦।୭(ଅନୁରାଧା ମହାରଣା): ଇକ୍ୱିଟି ମ୍ୟୁଚୁଆଲ ଫଣ୍ଡରେ ବିନିଯୋଗ ଜୁନ୍ ମାସରେ ଏକ ନୂତନ ରେକର୍ଡରେ ପହଞ୍ଚିଛି। ଏହି ମାସରେ ଇକ୍ୱିଟି ମ୍ୟୁଚୁଆଲ ଫଣ୍ଡରେ ବିନିଯୋଗ ୧୭% ବୃଦ୍ଧି ପାଇଛି। ମେ ମାସରେ ୩୪,୬୯୭ କୋଟି ଟଙ୍କା ବିନିଯୋଗ ହୋଇଥିବାବେଳେ ଜୁନ୍ରେ ପ୍ରବାହ ୪୦,୬୦୮.୧୯ କୋଟି ରହିଛି। ଆସୋସିଏଶନ ଅଫ୍ ମ୍ୟୁଚୁଆଲ ଫଣ୍ଡସ ଅଫ୍ ଇଣ୍ଡିଆ (ଏମ୍ଏଫ୍ଆଇ) ଏହି ପରିସଂଖ୍ୟାନ ପ୍ରକାଶ କରିଛି। ଏମ୍ଏଫ୍ଆଇ ଚେୟାରମ୍ୟାନ ନବନିତ ମୁନୋଟ କହିଛନ୍ତି, ଜୁନ୍ରେ ମୋଟ ଏସ୍ଆଇପି ପ୍ରବାହ ସର୍ବକାଳୀନ ରେକର୍ଡ ଛୁଇଁଛି। ମେ ମାସରେ ୨୦,୯୦୪ କୋଟି ଟଙ୍କା ଥିବାବେଳେ ଜୁନ୍ରେ ୨୧,୨୬୨ କୋଟି ଟଙ୍କା ରହିଛି। ଜୁନ୍ରେ ଏସ୍ଆଇପି ମାଧ୍ୟମରେ ୫୫.୧ ଲକ୍ଷ ନୂତନ ଫୋଲିଓ ଯୋଗ କରାଯାଇଛି। ସେହିପରି ଏସ୍ଆଇପି ଏୟୁଏମ୍ ୧୨.୪୩ ଲକ୍ଷ କୋଟି ଟଙ୍କା ହୋଇଛି। ତେବେ ଜୁନ୍ରେ ମ୍ୟୁଚୁଆଲ ଫଣ୍ଡରେ ୪୩,୬୩୬ କୋଟି ଟଙ୍କା ପ୍ରବାହ ହୋଇଛି ଯାହାକି, ମେ ମାସରେ ୧.୧ ଲକ୍ଷ କୋଟି ଟଙ୍କା ବିନିଯୋଗ ହୋଇଛି। ନିଟ୍ ଏୟୁମ୍ ଜୁନ୍ରେ ୬୧.୨ ଲକ୍ଷ କୋଟିରେ ପହଞ୍ଚିଥିଲା, ଯାହା ମେ ମାସରେ ୫୮.୯ ଲକ୍ଷ କୋଟି ଥିଲା।
ମେ ମାସରେ ୩୪,୬୯୭ କୋଟି ଟଙ୍କା ଆସିଥିବାବେଳେ ୪୦,୬୦୮ କୋଟି ଟଙ୍କାର ନିବେଶ ଇକ୍ୱିଟି ଫଣ୍ଡରେ ଆସିଥିଲା। ମିଡ୍କ୍ୟାପ୍ ପାଣ୍ଠିର ପ୍ରବାହ ମେ ମାସରେ (ଏମ୍ଓଏମ୍) ୨,୬୦୬ କୋଟି ଟଙ୍କା ଥିବାବେଳେ ଜୁନ୍ରେ ୨,୫୨୮ କୋଟି ଟଙ୍କା ରହିଛି। ମେ ମାସରେ (ଏମ୍ଓଏମ୍) ୨,୭୨୫ କୋଟି ତୁଳନାରେ ସ୍ମଲ୍ କ୍ୟାପ୍ ପାଣ୍ଠିର ପ୍ରବାହ ୨,୨୬୩ କୋଟି ଟଙ୍କା ରହିଛି। ସେହିପରି ୯୭୦ କୋଟି ଟଙ୍କା ବିନିଯୋଗ ଲାର୍ଜ କ୍ୟାପ ପାଣ୍ଠିରେ ବିନିଯୋଗ ହୋଇଛି ଯାହାକି, ମେ ମାସରେ ୬୬୩ କୋଟି ଟଙ୍କା ରହିଥିଲା। ଫ୍ଲେକ୍ସି କ୍ୟାପ୍ ଫଣ୍ଡରେ ୩,୦୫୯ କୋଟି ଟଙ୍କା ରହିଥିବାବେଳେ ମେ ମାସରେ ୩,୧୫୫ କୋଟି ଟଙ୍କା ବିନିଯୋଗ କରାଯାଇଥିଲା।