ନୂଆଦିଲ୍ଲୀ,୧୬।୯: ଆର୍ଥିକ ବର୍ଷ ୨୦୨୫ (ଆକଳନ ବର୍ଷ ୨୦୨୫-୨୬) ପାଇଁ ଆୟକର ରିଟର୍ନ ଦାଖଲ କରିବାର ଶେଷ ତାରିଖ ଗୋଟିଏ ଦିନ ବୃଦ୍ଧି କରାଯାଇଛି। ଅର୍ଥାତ୍ ଯେଉଁ କରଦାତାମାନେ ଏପର୍ଯ୍ୟନ୍ତ ଆୟକର ରିଟର୍ନ ଦାଖଲ କରିପାରି ନାହାଁନ୍ତି, ସେମାନଙ୍କୁ ଆଜି ଅର୍ଥାତ୍ ୧୬ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ସୁଯୋଗ ମିଳିବ।
କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (CBDT) ବିଳମ୍ବିତ ରାତିରେ ଜାରି ଏକ ବିବୃତ୍ତିରେ କହିଛି ଯେ ଆକଳନ ବର୍ଷ ୨୦୨୫-୨୬ ପାଇଁ ଆୟକର ଦାଖଲ କରିବାର ଶେଷ ତାରିଖ ୧୫ ସେପ୍ଟେମ୍ବରରୁ ୧୬ ସେପ୍ଟେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସେବାରେ ପରିବର୍ତ୍ତନ ସମ୍ପର୍କରେ CBDT ସ୍ପଷ୍ଟ କରିଛି ଯେ ଇ-ଫାଇଲିଂ ପୋର୍ଟାଲ ୧୬ସେପ୍ଟେମ୍ବର ଦିନ ୧୨:୦୦ ରୁ ୨:୩୦ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣରେ ରହିବ।
ସୂଚନାଯୋଗ୍ୟ ଯେ ଆୟକର ରିଟର୍ନ ଦାଖଲ କରିବା ସମୟରେ ବହୁ ସଂଖ୍ୟକ କରଦାତା ଯାନ୍ତ୍ରିକ ତ୍ରୁଟି ଅଭିଯୋଗ କରିଥିଲେ। ଏହି ସମସ୍ୟାଗୁଡ଼ିକୁ ଦୃଷ୍ଟିରେ ରଖି, ସମୟ ସୀମା ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ଏ ସମ୍ପର୍କରେ ପୃଥକ ଭାବରେ ଏକ ବିଜ୍ଞପ୍ତି ଜାରି କରାଯାଇଛି।