ବଲାଙ୍ଗୀର,୩୦।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ଗଏଲପିଟା ଗାଁ କୁମନାଶି ଜଙ୍ଗଲ ନିକଟ ଏକ ଧାନ କିଆରିରୁ ବୁଧବାର ସକାଳେ ଏକ ଯୁବତୀଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ଆଜି ସମ୍ପୃକ୍ତା ଯୁବତୀଙ୍କ ପରିଚୟ ମିଳିବା ପରେ ପୋଲିସ ପକ୍ଷରୁ ଏସ୍ପି ଅଭିଳାଷ ଜି ଗୁରୁବାର ଖବରଦାତା ସମ୍ମିଳନୀରେ ହତ୍ୟା ଓ ଧର୍ଷଣ ହୋଇ ନଥିବା କହିଛନ୍ତି। ସମ୍ପୃକ୍ତା ଯୁବତୀ ଜଣଙ୍କ ପାଟଣାଗଡ଼ ଅଞ୍ଚଳ ରତାଖଣ୍ଡି ଗାଁ କୁନ୍ତି ଧରୁଆ (୨୯) । ସେ ଗତ ୨୦ ତାରିଖରୁ ନିଖୋଜ ଥିଲେ। ତାଙ୍କ ପରିବାର ବର୍ଗଙ୍କ ସୂଚନା ଅନୁସାରେ ସେ ମାନସିକ ବିକାର ଗ୍ରସ୍ତ ଥିଲେ। ସେ ଜଣେ ବିବାହିତା। ୨୦୨୧ରୁ ସ୍ବାମୀଙ୍କୁ ଛାଡି ବାପ ଘରେ ରହୁଥିଲେ। ପରିବାର ଲୋକେ ତାଙ୍କର ଚିକିତ୍ସା କରୁଥିଲେ । ତେବେ ଗଣମାଧ୍ୟମରେ ଯୁବତୀଙ୍କୁ ହତ୍ୟା ଧର୍ଷଣ ହୋଇଥିବା ଖବର ପ୍ରକାଶିତ ହେବା ପରେ ଉକ୍ତ ଘଟଣାର ସମ୍ପୂର୍ଣ୍ଣ ରହସ୍ୟକୁ ବଲାଙ୍ଗୀର ଏସପି ଖବରଦାତା ସମ୍ମୀଳନୀ କରି ଲୋକଲୋଚନକୁ ଆଣିଛନ୍ତି। ଏହି ଖବରଦାତା ସମ୍ମିଳନୀର ବଲାଙ୍ଗୀର ଏସଡିପିଓ ସରୋଜ କୁମାର ଉପାଧ୍ୟାୟ ଓ ଦେଓଗାଁ ଥାନା ଅଧିକାରୀ ବୁଲୁ ମୁଣ୍ଡା ଉପସ୍ଥିତ ଥିଲେ l
\