ମାଗଣାରେ ରୋଗୀଙ୍କୁ ମେଡିକାଲ ନେବାକୁ ନିଆରା ପ୍ରୟାସ: ଅଟୋ ଶୁଭାରମ୍ଭ କଲେ ବିଡିଓ

ବିଷମକଟକ,୩୧।୧ (ପ୍ରସନ୍ନ କୁମାର ପଣ୍ଡା) : ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ ଅନ୍ତର୍ଗତ ହାଟ ମୁନିଗୁଡ଼ା ପଞ୍ଚାୟତରେ ରୋଗୀ ସେବା ଯୋଗାଇଦେବାକ ଏକ ଛୋଟ ପ୍ରୟାସ କରାଯାଇଛି। ବିଭିନ୍ନ ଗ୍ରାମରେ ଗରିବ ଶ୍ରେଣୀର ପରିବାର ମେଡିକାଲ ଯିବା ପାଇଁ ବହୁ ଅସୁବିଧା ହେଉଥିବାରୁ ବିଡିଓ ଶିବ ପଟ୍ଟନାୟକଙ୍କ ହାତରେ ଏକ ଅଟୋ ଶୁଭାରମ୍ଭ କରାଯାଇଛି। ବିଷମକଟକ ଓ ମୁନିଗୁଡ଼ା ମେଡିକାଲକୁ ମାଗଣାରେ ଅଟୋ ସାହାଯ୍ୟରେ ପ୍ରତି ଶନିବାର ସକାଳ ୯ରୁ ୧୧ଟା ଓ ଅପରାହ୍ନ ୨ରୁ ୫ ଟା ପର୍ଯ୍ୟନ୍ତ ମାଗଣାରେ ସେବା ଯୋଗାଇ ଦିଆଯିବ। ଏହି ମାଗଣା ସେବା ଯୋଗାଇଦେବାକୁ ବିଷମକଟକର ଜଣେ ଗରିବ ଶ୍ରେଣୀର ଟେମ୍ପୁ ଚାଳକ ବାବୁଲା ଗୁଲାଙ୍କ ସାହାଯ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସେ ମଧ୍ୟ ଏହି ସେବା ଯୋଗାଇଦେବାକୁ ଖୁସିର ସହ ସମ୍ମତି ପ୍ରକାଶ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଷମକଟକ ବିଡିଓ ପଟ୍ଟନାୟକ, ବରିଷ୍ଠ ନାଗରିକ ମୃତ୍ୟୁଞ୍ଜୟ ପନାଡା, ବିଜେଡି ନେତା ଜ୍ୟୋତି ପ୍ରସାଦ ସାହୁ, ସୁକାନ୍ତ ସେଠୀ, ଦୟାନିଧି ପାତ୍ର, ରମେଶ ପାକି, ନାଗେଶର ମୁନିଙ୍ଗ କାଲ, ଭାସ୍କର ନେମାଲପୁରୀ, ଶିକ୍ଷକ ଉଦୟ ଲାବଲା, କୈଳାସ ଲାବଲା, ମିଟୁ ପଣ୍ଡା, ଟେମ୍ପୁ ଚାଳକ ବାବୁଲା ଗୁଲା ପ୍ରମୁଖ ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ…
ନଳିନୀ ବିଦ୍ୟା ମନ୍ଦିରରେ ଝାଡ଼ାବାନ୍ତି ଆତଙ୍କ: ଜଣେ ଛାତ୍ରୀ ମୃତ, ୪୦ ଗୁରୁତର

Dharitri – Odisha’s No.1 Odia Daily

Share