ଏଇ ଭାରତରେ

ସବୁଜଗୃହ ବାଷ୍ପ ନିର୍ଗମନ ବିଶ୍ୱତାପନର ଏକ ବଡ଼ କାରଣ ପାଲଟିଛି। ଏହି ବାଷ୍ପ ଗାଡିମୋଟର, କଳକାରଖାନା ଓ କୃଷି ଆଦି କ୍ଷେତ୍ରରୁ ଅଧିକ ନିର୍ଗମନ ହେଉଛି। ଏହାକୁ ଲକ୍ଷ୍ୟ କରି ଆନ୍ଧ୍ରପ୍ରଦେଶର ସତ୍ୟ ରଘୁ ମୋକ୍କାପତି ‘ଗ୍ରୀନ୍‌ହାଉସ-ଇନ୍‌ ଏ-ବକ୍ସ’ ଆବିଷ୍କାର କରିଛନ୍ତି। କ୍ଷତି ଷ୍ଟାର୍ଟଅପ୍‌ ମାଧ୍ୟମରେ ସେ ଏହା କରିଛନ୍ତି। ଗ୍ରୀନ୍‌ହାଉସ-ଇନ୍‌ ଏ-ବକ୍ସକୁ ସେ ୨୦୧୫ରେ ପ୍ରତିଷ୍ଠା କରିଥିଲେ। ଏହା ବକ୍ସ ନୁହେଁ, ଏହା ଏକପ୍ରକାର ଟେଣ୍ଟ । ଏଥିରେ ଚାଷ କଲେ କମ୍‌ ସବୁଜଗୃହ ବାଷ୍ପ ନିର୍ଗମନ ହେଉଛି। ବଡ଼ କଥା ହେଉଛି, ଏଥିରେ ଚାଷ କଲେ ୯୮% ପାଣି ବଞ୍ଚାଯାଇପାରୁଛି। ଏଥିରେ କୀଟପତଙ୍ଗ ଦାଉରୁ ଫସଲକୁ ରକ୍ଷା କରାଯିବା ସହ ୯୦ ପ୍ରତିଶତ କୀଟନାଶକ ବ୍ୟବହାର କମ୍‌ ହେଉଛି। ଏହି ବକ୍ସରେ ଚାଷ କରି କୃଷକମାନେ ଅଧିକ ଲାଭ ପାଉଛନ୍ତି। ସତ୍ୟ ଦୁଇପ୍ରକାର ବକ୍ସ ତିଆରି କରିଛନ୍ତି। ଏସବୁର ମୂଲ୍ୟ ୨ ଲକ୍ଷ ଟଙ୍କାରୁ ୩.୩୫ ଟଙ୍କା ଭିତରେ ରହୁଛି। ଏଥିରେ ଚାଷ କରିବା ଲାଗି କୃଷକମାନଙ୍କୁ ସେ ପ୍ରଶିକ୍ଷଣ ଦେଉଛନ୍ତି।