ଏଇ ଭାରତରେ

ସୁରଟ ମାଣ୍ଡ୍ବି ଜିଲାର ଏକ ଛୋଟ ଗାଁ ଦଡ଼ବାଡାରୁ ଆରମ୍ଭକରି ଅହମ୍ମଦାବାଦ ସ୍ଥିତ ଗୁଜରାଟ ବିଦ୍ୟାପୀଠରେ ପଢ଼ିବା ଯାଏ ଅଶୋକ ଚୌଧୁରୀଙ୍କ ଜୀବନଯାତ୍ରା ସମସ୍ୟାରେ ଭରି ରହିଥିଲା। ଅର୍ଥାଭାବ ଓ ଗୋଟିଏ ଆଖିର ଦୃଷ୍ଟିଶକ୍ତି ହରାଇବା କାରଣରୁ ଅଧିକ ପଢ଼ିପାରି ନ ଥିଲେ ବି ସେ ଅସହାୟ ପିଲାମାନଙ୍କ ଜୀବନରେ ସୁଖ ଭରିବାରେ ଲାଗିଛନ୍ତି। ତାଙ୍କ ଗାଁ ପାଖ କରୁଠା ସରକାରୀ ସ୍କୁଲରେ ତାଙ୍କ ଆଶ୍ରମର ପିଲାମାନେ ପଢୁଛନ୍ତି। ଏହି ପିଲାମାନେ କୌଣସି କାରଣରୁ ପଢ଼ା ଛାଡ଼ି ଦେଇଥିଲେ।
କିନ୍ତୁ ଅଶୋକ ପିଲାମାନଙ୍କ ଅଭିଭାବକଙ୍କୁ ବୁଝାଇ ସେମାନଙ୍କୁ ଆଶ୍ରମରେ ରଖିତ୍ ପଢ଼ାଉଛନ୍ତି। ପିଲାମାନେ ଆଶ୍ରମରେ ରହି ପଢ଼ିବା ସହ ଆମତ୍ନିର୍ଭର ହେବା ଲାଗି କୃଷି, ପଶୁପାଳନ, କମ୍ପ୍ୟୁଟର ଏବଂ ସିଲେଇ ଶିକ୍ଷା କରୁଛନ୍ତି। ପ୍ରଥମେ ଅଶୋକ ତାଙ୍କ ଗାଁ କମ୍ୟୁନିଟି ସେଣ୍ଟରରେ ପିଲାମାନଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ। ପରେ ଗାଁ ଲୋକଙ୍କ ସହାୟତା ଓ ସହରରୁ କିଛି ପାଣ୍ଠି ଯୋଗାଡ଼କରି ଏକ ଆଶ୍ରମ ଗୃହ ନିର୍ମାଣ କଲେ। ସେଠାରେ ପ୍ରଥମେ ୧୭ ଜଣ ପିଲାଙ୍କୁ ପଢ଼ାଉଥିଲେ। ଏବେ ତାଙ୍କ ଗାଁ ସ୍କୁଲରେ ଅଷ୍ଟମ ଯାଏ ପିଲା ପଢୁଛନ୍ତି ଓ ଆଶ୍ରମର ସବୁ ପିଲା ସେଠାକୁ ଯାଉଛନ୍ତି। ବର୍ତ୍ତମାନ ତାଙ୍କ ଆଶ୍ରମରେ ୬ରୁ ୧୭ ବର୍ଷ ବୟସ ଯାଏ ୧୪୩ ପିଲା ରହୁଛନ୍ତି। ଆଶ୍ରମରେ ପିଲାମାନଙ୍କୁ ରଖି ସେମାନଙ୍କ ଖାଇବା, ପୋଷାକ ଓ ଅନ୍ୟ ଖର୍ଚ୍ଚ ମଧ୍ୟ ସେ ବହନ କରୁଛନ୍ତି। ଏଥିପାଇଁ ବହୁ ବଦାନ୍ୟ ବ୍ୟକ୍ତି ଆର୍ଥିକ ସାହାଯ୍ୟ ଯୋଗାଇ ଦେଉଛନ୍ତି।