ଏଇ ଭାରତରେ

ଏକ ବ୍ୟବସ୍ଥିତ ଓ ପ୍ରଭାବୀ ବର୍ଜ୍ୟ ପରିଚାଳନା ପାଇଁ କେଦାର ଶୋହୋନି ଏବଂ ତାଙ୍କ ଟିମ୍‌ ସମ୍ପୂର୍ଣ୍ଣ ସମର୍ପିତ। ସେମାନେ ମୁମ୍ବାଇ ଓ ଏହାର ଆଖପାଖ ୩ଟି ଗ୍ରାମରେ ବର୍ଜ୍ୟ ପରିଚାଳନା ଲାଗି ଅଭିଯାନ ଚଳାଇଛନ୍ତି। ଏଥିପାଇଁ ସେ ଗଠନ କରିଛନ୍ତି ଗ୍ରୀନ୍‌ କମ୍ୟୁନିଟି ଫାଉଣ୍ଡେଶନ। ତାଙ୍କ ଅନୁସୃତ ପଦ୍ଧତିରେ ଘରୁ ବାହାରୁଥିବା ନିତିଦିନିଆ ବର୍ଜ୍ୟରୁ ଜୈବିକ ଖତ ପ୍ରସ୍ତୁତ ହେଉଛି। ମୁମ୍ବାଇରେ ସେ ରହୁଥିବା ଆପାର୍ଟମେଣ୍ଟରେ ପ୍ରଥମେ ବର୍ଜ୍ୟ ପରିଚାଳନା ଆରମ୍ଭ କରି ସଫଳ ହେବା ପରେ ଏହାକୁ ୨୨୦ଟି ଆପାର୍ଟମେଣ୍ଟକୁ ସମ୍ପ୍ରସାରିତ କରିଥିଲେ। ସେ ଏଠାରେ ମୋଟ ହଜାର ଟନ୍‌ ବର୍ଜ୍ୟକୁ ଜୈବିକ ଖତରେ ପରିଣତ କରିବାରେ ସକ୍ଷମ ହୋଇଛନ୍ତି। ଏହିସବୁ ଆପାର୍ଟମେଣ୍ଟରୁ ଦୈନିକ ପ୍ରାୟ ୪ କୁଇଣ୍ଟାଲ ବର୍ଜ୍ୟ ବାହାରୁଛି। ଆଉଟିକେ ଆଗକୁ ବଢ଼ି ସେ ତାଙ୍କ ବର୍ଜ୍ୟ ପରିଚାଳନା ୮୦୦ ଆପାର୍ଟମେଣ୍ଟରେ ପହଞ୍ଚାଇ ପାରିଛନ୍ତି ଓ ଦିନକୁ ୧ଟନ୍‌ ବର୍ଜ୍ୟ ସଂଗ୍ରହ କରୁଛନ୍ତି। ମୁମ୍ବାଇ ଚାରିପାଖରେ ଥିବା ୩୦ଟି ଗ୍ରାମରେ ତାଙ୍କ ଟିମ୍‌ ଉକ୍ତ ପଦ୍ଧତିରେ ଖତ ପ୍ରସ୍ତୁତ କରି କୃଷକମାନଙ୍କୁ ଦେଉଛନ୍ତି। ଗୋଟିଏ ପଟେ ବର୍ଜ୍ୟ ପରିଚାଳନା ଓ ଅନ୍ୟପଟେ ଜୈବିକ ଖତ ପ୍ରସ୍ତୁତ କରିବା ସହ ଜୈବିକ ଖତ ପାଇଁ କୃଷକମାନଙ୍କୁ ପ୍ରୋତ୍ସାହିତ କରୁଛନ୍ତି। କେଦାରଙ୍କ ବୟସ ୪୯। ସେ ଆନାଲିଟିକ୍‌ ଆଣ୍ଡ ରିସର୍ଚ୍ଚ ଏଣ୍ଟରପ୍ରିନ୍ୟୁୟର ଭାବେ କାର୍ଯ୍ୟ କରୁଥିଲେ। ୨୦୧୭ରୁ ଏହି କାର୍ଯ୍ୟରେ ଲାଗିଛନ୍ତି। ତାଙ୍କ ଟିମ୍‌ ମୁମ୍ବାଇକୁ ଏକ ବର୍ଜ୍ୟମୁକ୍ତ ସହର କରିବା ଲାଗି ଲକ୍ଷ୍ୟ ରଖିଛିି ବୋଲି କୁହନ୍ତି କେଦାର।