ଏଇ ଭାରତରେ

ଶୁଷ୍କ ଜମିକୁ ଶସ୍ୟଶ୍ୟାମଳା କରିବାରେ ଜଣେ ମହିଳା କୃଷି ଶ୍ରମିକଙ୍କ ପ୍ରୟାସ ଏକ ଉଦାହରଣ ସୃଷ୍ଟି କରିଛି। ପଶ୍ଚିମବଙ୍ଗର ମରୁଡ଼ି ପ୍ରପୀଡ଼ିତ ଝାରଗ୍ରାମ ଅଞ୍ଚଳର ଧୋବଖୁରିଆ ଗାଁର ଲୀଳାବତୀ ମହାତାଙ୍କ ଦ୍ୱାରା ଏହା ସମ୍ଭବ ହୋଇପାରିଛି। । ସାଧାରଣତଃ ମହିଳାମାନେ ଏସ୍‌ଏଚ୍‌ଜି ଗଠନ କରି ବିଭିନ୍ନ କାର୍ଯ୍ୟ କରୁଥିବାବେଳେ ଲୀଳାବତୀଙ୍କ ଲକ୍ଷ୍ୟ କିନ୍ତୁ ଭିନ୍ନ ରହିଛି। ୨୦୧୧ରେ ସେ ଏକ ଏସ୍‌ଏଚ୍‌ଜି ଗଠନ କରି ପୋଖରୀ ଖୋଳିବାରେ ଲାଗିଛନ୍ତି। ଗରିବ ଆଦିବାସୀ ପରିବାରଗୁଡ଼ିକୁ ଚାଷରେ ସ୍ବାବଲମ୍ବୀ କରିବା ଲାଗି ସେ ମହିଳାମାନଙ୍କ ସହଯୋଗରେ ତାଙ୍କ ଗାଁରେ ୬ ବର୍ଷରେ ୧୦୦୦ଟି ଛୋଟ ଛୋଟ ପୋଖରୀ ଖୋଳିଛନ୍ତି। ଫଳରେ ଜଳ ସସସ୍ୟା ସମାଧାନ ହୋଇଛି। ପୂର୍ବରୁ ସେହି ଅଞ୍ଚଳରେ କେବଳ ଗୋଟିଏ ଫସଲ ହେଉଥିଲା ଓ ଅନ୍ୟ ସମୟରେ ଲୋକେ ବିଭିନ୍ନ କାର୍ଯ୍ୟ ଲାଗି ବାହାରକୁ ଚାଲି ଯାଉଥିଲେ । ତେବେ ଜଳାଶୟ ନିର୍ମାଣ କରାଯିବା ପରେ କେହି ଆଉ ବାହାରକୁ କର୍ମ ସନ୍ଧାନରେ ଯାଉନାହାନ୍ତି। ସେମାନେ ଫସଲ କରି ଆମତ୍ନିର୍ଭର ହୋଇପାରିଛନ୍ତି। ପ୍ରଥମେ ଲୀଳାବତୀ ଚାଷକରି ଯାହା ଆୟ ହେଉଥିଲା ସେଥିରେ ପୋଖରୀ ଖୋଳିବା ଆରମ୍ଭ କରିଥିତ୍ଲେ। ପରେ ପଞ୍ଚାୟତ ଏଥିପାଇଁ ଆର୍ଥିକ ସହାୟତା ଯୋଗାଇଦେବାକୁ ମନା କରିବାରୁ ସେ ୫୦୦ ମହିଳାଙ୍କୁ ଏକାଠି କରି ଏହି ଅଭିଯାନରେ ଆଗକୁ ବଢ଼ିଥିତ୍ଲେ। ତାଙ୍କର ଏହି ସଂରକ୍ଷଣ ପଦ୍ଧତିକୁ ୮୫ଟି ଗାଁର ଲୋକେ ଏବେ ଅପଣାଇ ବେଶ୍‌ ଲାଭ ପାଉଛନ୍ତି।