ଏଇ ଭାରତରେ

ଶାଗୁଣା ବଂଶ ରକ୍ଷା କରିବା ଲାଗି ମହାରାଷ୍ଟ୍ରର ପ୍ରେମସାଗର ମିସ୍ତ୍ରୀଙ୍କ ପ୍ରୟାସ ବେଶ୍‌ ପ୍ରଶଂସନୀୟ। ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ପରେ ଶିକ୍ଷକ ଭାବେ ଦାୟିତ୍ୱ ନିର୍ବାହ କରୁଥିଲେ। ୧୯୯୮ରୁ ଚାକିରି ଛାଡ଼ି ସେ ଏହି କାର୍ଯ୍ୟ କରୁଛନ୍ତି। ୧୯୯୯ରେ ଇକୋ ଏନ୍‌ଡେଞ୍ଜରଡ୍‌ ସ୍ପେସିସ କଞ୍ଜର୍‌ଭେଶନ ଆଣ୍ଡ୍‌ ପ୍ରୋଟେକ୍‌ଶନ (ଇଇଏସ୍‌ସିଏପି) ଏନ୍‌ଜିଓ ଗଢ଼ି ତା’ ମାଧ୍ୟମରେ ଶାଗୁଣାଙ୍କ ବଂଶବୃଦ୍ଧି କରିବା ସହ ସେମାନଙ୍କ ସୁରକ୍ଷା ଓ ବାସସ୍ଥଳୀ, ଖାଦ୍ୟ ନିଶ୍ଚିତ କରୁଛନ୍ତି। କୋଙ୍କଣ ଜିଲା ଚିରଗାଁଓରେ ଦୁଇ ପ୍ରଜାତିର ଶାଗୁଣାଙ୍କ ବଂଶବୃଦ୍ଧି କରାଯାଉଛି। ୨୨ରୁ ଏବେ ଶାଗୁଣା ସଂଖ୍ୟା ୩୫୦ରେ ପହଞ୍ଚିଛି ବୋଲି କହନ୍ତି ୫୧ ବର୍ଷୀୟ ପ୍ରେମସାଗର। ଶାଗୁଣା ରହୁଥିବା ଅଞ୍ଚଳଗୁଡ଼ିକରେ ସେଠାକାର ଗ୍ରାମବାସୀଙ୍କ ସହଯୋଗରେ ସେ ୫,୦୦୦ ଗଛ ମଧ୍ୟ ରୋପଣ କରିଛନ୍ତି। ଶାଗୁଣାଙ୍କୁ ଖାଦ୍ୟ ଯୋଗାଇ ଦେବା ଲାଗି ସେ ଗ୍ରାମବାସୀଙ୍କୁ ନେଇ ଏକ ନେଟଓ୍ବର୍କ ଗଠନ କରିଛନ୍ତି। ବଜାରରୁ ମାଂସ କିଣି ଶାଗୁଣାଙ୍କୁ ଖାଇବାକୁ ଦେଉଛନ୍ତି। ଛୋଟ ଶାଗୁଣାଛୁଆ ଉଡ଼ି ଶିଖିବା ସମୟରେ ଗଛରେ ଅନ୍ୟ ବସାରେ ଥିବା ଅଣ୍ଡା ଭାଙ୍ଗିଦିଅନ୍ତି। ପ୍ରେମସାଗର ସେମାନଙ୍କୁ ଉଦ୍ଧାର କରି ଯନତ୍ ନିଅନ୍ତି ଓ ୨.୫କେ.ଜି. ଓଜନ ହେବା ପରେ ଛୁଆଙ୍କୁ ପୁଣି ସେମାନଙ୍କ ବାସସ୍ଥାନରେ ଛାଡ଼ି ଦିଅନ୍ତି। କରୋନା ମହାମାରୀ ସମୟରେ ଶାଗୁଣାଙ୍କ ଖାଦ୍ୟ ଅଭାବ ଦୂର କରିବା ପାଇଁ ସେ ୩.୫ ଲକ୍ଷ ଟଙ୍କା ଋଣ କରିବା ସହ ଲୋକମାନଙ୍କଠାରୁ ୧ ଲକ୍ଷ ଟଙ୍କା ପାଣ୍ଠି ଯୋଗାଡ଼ କରିଛନ୍ତି। ଏଥିରେ ଏବେ ସେ ଶାଗୁଣାଙ୍କୁ ଖାଦ୍ୟ ଯୋଗାଉଛନ୍ତି।