ଏଇ ଭାରତରେ

ସଡ଼କ ପଥରେ ଯାତ୍ରୀଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ଏକ ନୂଆ କ୍ୟୁଆର୍‌ କୋଡ୍‌ ତିଆରି କରିଛନ୍ତି ଆନ୍ଧ୍ରପ୍ରଦେଶ ଏନ୍‌ଟିଆର୍‌ ଜିଲାର ଜି. ଶ୍ରୀନିବାସ ରେଡ୍ଡୀ। ଯେ କେହି ଯାତ୍ରା କରୁଥିବା ସମୟରେ ଏହି କ୍ୟୁଆର୍‌ ସ୍କାନ କଲେ ଆନ୍ଧ୍ରପ୍ରଦେଶର ଯେ କୌଣସି ସ୍ଥାନରେ ଆପଣଙ୍କ ଯାତ୍ରାକୁ ସୁରକ୍ଷିତ କରିପାରିବ। ରେଡ୍ଡୀ ମୋହନ ବାବୁ ୟୁନିଭର୍ସିଟିର ୪ର୍ଥ ବର୍ଷ ଇଞ୍ଜିନିୟରିଂ ଛାତ୍ର। ସବୁ ଛାତ୍ର ଶେଷବର୍ଷ ପ୍ରୋଜେକ୍ଟଗୁଡ଼ିକରେ ବ୍ୟସ୍ତ ଥିବାବେଳେ ଶ୍ରୀନିବାସ ଯାତ୍ରୀଙ୍କ ସୁରକ୍ଷା ପାଇଁ କ୍ୟୁଆର୍‌ କୋଡ୍‌ ବିକାଶରେ ବ୍ୟସ୍ତ ରହି ସଫଳତା ପାଇଛନ୍ତି। ଏନ୍‌ଟିଆର୍‌ ଜିଲା ପୋଲିସ ଏହାକୁ ଗ୍ରହଣ କରିଛି। ଏହି କ୍ୟୁଆର୍‌ କୋଡ୍‌କୁ ସରକାରୀ ଏବଂ ଭଡ଼ାରେ ଯାଉଥିବା ବେସରକାରୀ ଯାନଗୁଡ଼ିକର ଡ୍ରାଇଭର ସିଟ୍‌ ପଛପାଖରେ ଲଗାଯାଇଛି। ଯାତ୍ରା ଆରମ୍ଭରେ ଯାତ୍ରୀ ଏହାକୁ ସ୍ମାର୍ଟଫୋନରେ ସ୍କାନ କଲେ ଗାଡ଼ିର ଉପସ୍ଥିତି ଓ ଡ୍ରାଇଭର ସମ୍ପର୍କିତ ସମସ୍ତ ତଥ୍ୟ ପୋଲିସ କଣ୍ଟ୍ରୋଲ ରୁମ୍‌ ଏବଂ ନିକଟସ୍ଥ ପେଟ୍ରୋଲ ପମ୍ପ ସହ ଶେୟାର ହୋଇପାରୁଛି। ଶ୍ରୀନିବାସ ତାଙ୍କ ଦ୍ୱାରା ପ୍ରତିଷ୍ଠିତ ଏସ୍‌ଏଏସ୍‌ ଇଲେକ୍ଟ୍ରୋନିକ୍‌ସ ଷ୍ଟାର୍ଟଅପ୍‌ ଦ୍ୱାରା ଟ୍ରାଫିକ ପୋଲିସ ସହାୟତାରେ ଏହି କ୍ୟୁଆର୍‌ କୋଡ୍‌ କରିପାରିଛନ୍ତି।

Dharitri – Odisha’s No.1 Odia Daily