ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ ଚେକ୍‌ ଡ୍ୟାମ୍‌ ନିର୍ମାଣ କରୁଛନ୍ତି। ଏହି ଉପାୟରେ ଜଳ ସଂରକ୍ଷଣ କରି ଜଳସେଚନର ସୁବିଧା କରିବା ସହ ପାନୀୟ ଚଳ ସଙ୍କଟ ଦୂର କରିପାରିଛନ୍ତି। ଏହି କାର୍ଯ୍ୟରେ ଲୋକମାନେ ମଧ୍ୟ ତାଙ୍କୁ ସହଯୋଗ କରୁଛନ୍ତି। ୨୦୧୬ରେ ଉଜ୍ଜ୍ୱଳ ଏଥିପାଇଁ ଯୋଜନା ଆରମ୍ଭ କରିଥିଲେ। ସେ ପ୍ରଥମେ ତାଙ୍କ ଗାଁରେ ପୋଖରୀ ଖୋଳି ବର୍ଷାଜଳ ସଂରକ୍ଷଣ କରିବା ପରେ ସେ ଅନ୍ୟ ୬ଟି ଗାଁରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ସେ ‘ପଞ୍ଚ ପାଟିଲ’ ସ୍ବେଚ୍ଛାସେବୀ ଗୋଷ୍ଠୀ ଗଠନ କରିଛନ୍ତି। ଏଥିରେ ବିଶେଷକରି କୃଷକମାନେ ରହିଛନ୍ତି। ଏହି ଟିମ୍‌ ୫ଟି ଲେଖା ଗାଁର ଦାୟିତ୍ୱ ନେଇ ଡ୍ୟାମ୍‌ ମଧ୍ୟ ନିର୍ମାଣ କରୁଛନ୍ତି। ଏବେ ୨୦୪ଟି ଗାଁରେ ୫୦୦ କୋଟି ଲିଟର ଜଳ ସଂରକ୍ଷିତ ହୋଇ ରହୁଛି। ଜଳସେଚନର ସୁବିଧା ହେବା ଯୋଗୁ କୃଷକମାନେ ଚାଷରୁ ଅଧିକ ଲାଭ ପାଇପାରୁଛନ୍ତି।

Dharitri – Odisha’s No.1 Odia Daily