ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସେମାନେ ସମ୍ମିଳିତ ଉଦ୍ୟମରେ ଗାଁରେ କେନାଲ ପୁନରୁଦ୍ଧାର କରିବା ସହ ଭୂତଳ ଜଳସ୍ତର ବୃଦ୍ଧି କରିବା ପାଇଁ ପଦକ୍ଷେପ ନେଇଛନ୍ତି। ଫଳରେ ୧୩୦୦ ପରିବାର ବିଶିଷ୍ଟ ବଂଶଓ୍ବାରଗ୍ରାମର ଲୋକଙ୍କ ଜଳକଷ୍ଟ ଏବେ ଦୂର ହୋଇପାରିଛି। ଏବେ ଆଉ ଗାଁକୁ ଟ୍ୟାଙ୍କର ଆସୁନାହିଁ। ୨୦୧୭ରେ ନିଲେଶ ଭାନ୍ଦେ ସରପଞ୍ଚ ଭାବେ ନିର୍ବାଚିତ ହେବା ପରେ ଜଳ ସଙ୍କଟ ଦୂର ହେଲେ କୃଷିରେ ବିକାଶ ହେବ ଓ ଦାରିଦ୍ର୍ୟ ଅପସରି ଯିବ ବୋଲି ଅନୁଭବ କରିଥିଲେ। ଏହି ବିଚାରକୁ ଫଳପ୍ରଦ କରିବା ପାଇଁ ସେ ସରକାରୀ ଓ ବେସରକାରୀ ଉତ୍ସରୁ ୪ ଲକ୍ଷ ଟଙ୍କା ସଂଗ୍ରହ କରି ଜଳସେଚନ କେନାଲକୁ ଖୋଳି ଗଭୀର ଓ ଚଉଡ଼ା କରାଯିବା ପାଇଁ କାର୍ଯ୍ୟ ଆରମ୍ଭ ହୋଇଥିଲା। ୨୦୧୪ରେ ବର୍ଷାଜଳ ସଂରକ୍ଷଣ କରି ରଖିବାର ବ୍ୟବସ୍ଥା କରାଗଲା। ଫଳରେ ଭୂତଳ ଜଳସ୍ତର ପାଖାପାଖି ୧୫୦ ଫୁଟ ବୃଦ୍ଧି ପାଇପାରିଛି ଏବଂ କୃଷି ପାଇଁ ୧୦୦ଟି ନୂଆ କୂଅ ମଧ୍ୟ ଖୋଳାଯାଇଛି।

Dharitri – Odisha’s No.1 Odia Daily