ଦିଲ୍ଲୀର କିଡ୍ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ ପଢୁଛନ୍ତି, ତାହା ପୁଣି ସପ୍ତାହାନ୍ତରେ ଥରେ। ପିଲାଙ୍କୁ ଏଥିପାଇଁ ପଞ୍ଜୀକୃତ କରିବାକୁ ପଡ଼ୁନାହିଁ। ଏହି ସ୍କୁଲକୁ କୁହାଯାଉଛି ‘ସ୍କୁଲ ଅଫ୍ ଟ୍ରିଜ୍’ ଏବଂ ଏହାର ଶିକ୍ଷକ ହେଉଛନ୍ତି ଭାରତୀୟ ରାଜସ୍ବ ସେବା ଅଧିକାରୀ ରୋହିତ ମେହର ଓ ତାଙ୍କ ସ୍ତ୍ରୀ ଗୀତାଞ୍ଜଳି। ସ୍କୁଲରେ ପିଲାଙ୍କୁ ବିଜ୍ଞାନ, ପରିବେଶଗତ ଜ୍ଞାନକୁ ପରୀକ୍ଷଣ, ଖେଳ ମାଧ୍ୟମରେ ପ୍ରଦାନ କରାଯାଉଛି। । ସ୍କୁଲ୍ ଅଫ୍ ଟ୍ରିଜ୍ ଚଳାଇବା ପୂର୍ବରୁ ରୋହିତ ଓ ଗୀତାଞ୍ଜଳି ଅଦରକାରୀ ପ୍ଲାଷ୍ଟିକ ବ୍ୟବହାର କରି ଭର୍ଟିକାଲ ଗାର୍ଡେନ କରିବା ସହ ପରିବେଶ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିଲେ। ସେମାନେ ୨୦୨୧ରେ ଅମୃତସରରେ ଟ୍ରି ହସ୍ପିଟାଲ ମଧ୍ୟ ପ୍ରତିଷ୍ଠା କରି ଗଛଗୁଡ଼ିକର ଯତ୍ନ ନେଉଥିଲେ। ପରେ ୨୦୨୫ରେ ସ୍କୁଲ ଅଫ୍ ଟ୍ରିଜ ପ୍ରତିଷ୍ଠା କରିଥିଲେ। ଏହି ସ୍କୁଲରେ ୭ରୁ ୧୭ ବର୍ଷ ବୟସର ପିଲା ପଢିବାକୁ ଆସୁଛନ୍ତି ଏବଂ ପିଲାସଂଖ୍ୟା ଏବେ ୪୫।