ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ ଫାର୍ମ କରିବା ସହ ବର୍ଷକୁ ୨୫ ଲକ୍ଷ ଟଙ୍କା କାରବାର କରୁଛନ୍ତି। ଦିନକୁ ଏହି ଫାର୍ମରୁ ୧୦୦ କେ.ଜି. ଛତୁ ଉତ୍ପାଦନ ହେଉଛି । ବିଶେଷକରି ଓୟେଷ୍ଟର କିସମର ଛତୁ ଚାଷ କରାଯାଉଛି। ସୁଶାନ୍ତ ଗଣମାଧ୍ୟମର ଛାତ୍ର ଥିବା ସମୟରେ ଛତୁ ଚାଷ କରିବାକୁ ନିଷ୍ପତ୍ତି ନେଇଥିଲେ । ପରେ ସେ ଏକ ଘରୋଇ କମ୍ପାନୀରେ ଚାକିରି କରି ୨୦୧୭ରେ ତାହାକୁ ଛାଡ଼ି ଘରକୁ ଫେରି ଆସି ଛତୁ ଚାଷ ଆରମ୍ଭ କରିଥିଲେ। ତାଙ୍କ ଭାଇ ମଧ୍ୟ ସହଯୋଗ କରିବାକୁ ଆଗକୁ ଆସିଥିଲେ ଏବଂ ୨୦୧୯ରେ ଦୁହେଁ ଗଡ଼ଓ୍ବାଲରେ ଛତୁ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା କରିଥିଲେ । ପ୍ରଥମେ ସେମାନେ ୧ରୁ ୨କେଜି ଛତୁ ଉତ୍ପାଦନ କରୁଥିବାବେଳେ ଏବେ ତାହା ଦୈନିକ ୧୦୦ କେଜିରେ ପହଞ୍ଚି ଗଲାଣି। ପ୍ରତ୍ୟକ୍ଷ ଭାବେ ସେମାନେ ୮ ଜଣ ଲୋକଙ୍କୁ ନିଯୁକ୍ତ କରିଥିବାବେଳେ ପରୋକ୍ଷ ଭାବେ ୧୫-୨୦ ଜଣଙ୍କୁ ରୋଜଗାର ଦେଇପାରୁଛନ୍ତି। କେବଳ ଏତିକି ନୁହେଁ, ତାଙ୍କଠାରୁ ୧୦୦ରୁ ଅଧିକ ଲୋକ ଛତୁ ଚାଷ ସମ୍ପର୍କରେ ପ୍ରଶିକ୍ଷଣ ନେଇ ସାରିଲେଣି।

Dharitri – Odisha’s No.1 Odia Daily