ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ ଏହି ଗୋଟିଏ ଗାଁକୁ ନେଇ ବିଲାପୁରା ପଞ୍ଚାୟତ ଗଠନ କରାଯାଇଛି ଏବଂ ଏହାର ଲୋକସଂଖ୍ୟା ୧୨,୦୦୦ । ଏହି ଗାଁରେ ମଧ୍ୟ ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ରହିଛି। ଗାଁର ଶେଷ ମୁଣ୍ଡରେ ସବୁବେଳେ ବର୍ଜ୍ୟ ଠୁଳ ହୋଇ ରହୁଥିଲା। ବର୍ଜ୍ୟ ସଫା କରିବାରେ ଛାତ୍ରଙ୍କ ଟିମ୍‌ ସହ ସ୍ଥାନୀୟ ପଞ୍ଚାୟତ ମିଶି କାର୍ଯ୍ୟ କରୁଛି, ଯାହା୨୧ ସେପ୍ଟେମ୍ବର ୨୦୨୪ରୁ ଆରମ୍ଭ ହୋଇଥିଲା। ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପକମାନେ ମଧ୍ୟ ଏ ଦିଗରେ ଛାତ୍ରଙ୍କୁ ସହଯୋଗ କରୁଛନ୍ତି। ଏବେ ବର୍ଜ୍ୟ ସଂଗ୍ରହ କରି ତାହାର ପୃଥକୀକରଣ ସକାଶେ ୬ ମହିଳାଙ୍କୁ ନିଯୁକ୍ତ କରାଯାଇଛି।
ସେମାନଙ୍କୁ ପିପିଇ କିଟ୍‌ ମଧ୍ୟ ଯୋଗାଇ ଦିଆଯାଉଛି। ପ୍ରତ୍ୟେକ ଦିନ ଗାଡ଼ି ଦ୍ୱାରା ବର୍ଜ୍ୟ ସଂଗ୍ରହ କରାଯାଉଛି ଏବଂ ଏସ୍‌ଏସ୍‌ଜି ଗ୍ରୁପ ମହିଳାମାନେ ଏହି ଗାଡ଼ି ଚଳାଉଛନ୍ତି।

Dharitri –Odisha’s No.1 Trusted Odia Daily