ଏଇ ଭାରତରେ

ଉତ୍ତରାଖଣ୍ଡର ଦୁର୍ଗମ ପାହାଡ଼ିଆ ଅଞ୍ଚଳର ପିଲାମାନେ ସ୍କୁଲ ଯାଉ ନ ଥିବା ଲକ୍ଷ୍ୟ କରିଥିଲେ ଶ୍ରେୟା ରାଓ୍ବତ। ସ୍କୁଲ ବେଶି ଦୂରରେ ଥିବାରୁ, ଜଳବାୟୁ ଜନିତ ବିପର୍ଯ୍ୟୟ ହେତୁ ପିଲାମାନେ ସ୍କୁଲ ଶିକ୍ଷାରୁ ଦୂରେଇ ରହିଥାନ୍ତି। ତେବେ ଏଭଳି ସମସ୍ୟା ଦୂର କରିବା ସକାଶେ ୨୦୨୩ରେ ଶ୍ରେୟା ଓ ଜ୍ୟୋତି ସହରରୁ ପାହାଡ଼ିଆ ଅଞ୍ଚଳକୁ ଫେରି ପିଲାଙ୍କୁ ପଢ଼ାଇବା ବ୍ୟବସ୍ଥା କରିଛନ୍ତି। ଏଠାରେ ପିଲାମାନେ ପ୍ରଗତିଶୀଳ ଶିକ୍ଷାର ନୂତନ ଚିନ୍ତାଧାରା ଗ୍ରହଣ କରିପାରୁଛନ୍ତି। ଏହି ଦମ୍ପତି ଦୁର୍ଗମ ଅଞ୍ଚଳରେ ଥିବା ଗାଁର ସ୍କୁଲଗୁଡ଼ିକୁ ପୋଷ୍ୟ ଭାବେ ଗ୍ରହଣ କରି ସେଠାରେ ପରୀକ୍ଷାଭିତ୍ତିକ ତଥା ବ୍ୟବହାରିକ ଶିକ୍ଷା ମାଧ୍ୟମରେ ପିଲାଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରୁଛନ୍ତି। ପିଲାମାନେ କୃଷି, କଳା ଓ କମ୍ୟୁନିିଟି ପ୍ରୋଜେକ୍ଟ ମାଧ୍ୟମରେ ଶିକ୍ଷା ଲାଭ କରୁଛନ୍ତି। ପ୍ରଗତିଶୀଳ ଶିକ୍ଷା ପଦ୍ଧତି ପିଲା ଓ ସେମାନଙ୍କ ପରିବାର ଦ୍ୱାରା ଆଦୃତ ହୋଇପାରିଛି।

Dharitri – Odisha’s No.1 Odia Daily