ପଶ୍ଚିମବଙ୍ଗ ବାଙ୍କୁଡ଼ା ସେନଜୁତି ମାହାତୋ ଓ ଅଭିଷେକ ଚୌଧୁରୀ ସେହି ଅଞ୍ଚଳର ଖଜୁରି ଗୁଡ଼ ଉତ୍ପାଦନ କରି ସେଠାକାର ଏହି ପାରମ୍ପରିକ ଉତ୍ପାଦକୁ ବଞ୍ଚାଇ ରଖିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି। ସେନଜୁତି ଜବାହରଲାଲ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବାବେଳେ ଅଭିଷେକ ଆଇଆଇଏମ୍ କୋଲକାତାରୁ ଏମ୍ବିଏରେ ଡିଗ୍ରୀ କରିଛନ୍ତି। ଏମାନେ ବାଙ୍କୁଡ଼ାରେ ଆର୍ଥ ଷ୍ଟୋରି ଫାର୍ମ ଗଠନ କରି ସେଠାରେ ଖଜୁରି ରସ ସଂଗ୍ରହ ଓ ସେଥିରୁ ଗୁଡ଼ ରାନ୍ଧିବା କାର୍ଯ୍ୟରେ ୮୦ ଜଣଙ୍କୁ ନିଯୁକ୍ତି ଦେଇଛନ୍ତି। ଏହି ଫାର୍ମକୁ ସେମାନେ ୨୦୨୦ରେ ଆରମ୍ଭ କରିଥିଲେ। ତେବେ ତାଙ୍କ ଫାର୍ମ ଏବଂ ସେହି ଅଞ୍ଚଳରେ ଥିବା ଅତ୍ୟଧିକ ଖଜୁରି ଗଛରୁ ସୂର୍ଯ୍ୟୋଦୟ ପୂର୍ବରୁ ୫୦ କୁଶଳୀ ବ୍ୟକ୍ତି ରସ ସଂଗ୍ରହ କରିବା ପରେ ୩୫ ଜଣ ଗୁଡ଼ ରାନ୍ଧୁଛନ୍ତି। ଏହା ଦ୍ୱାରା ଏହି ଲୋକମାନଙ୍କୁ ସ୍ଥାୟୀ ଭାବେ ଏବେ ରୋଜଗାର ମିଳିପାରିଛି। ଫଳରେ ଲୋକେ ସେମାନଙ୍କ ପାରମ୍ପରିକ ଗୁଡ଼ ଉତ୍ପାଦନ କାର୍ଯ୍ୟ ସହିତ ପୁନର୍ବାର ଯୋଡ଼ି ହେବା ସହ ଅଧିକ ରୋଜଗାର କରିବା ପାଇଁ ସକ୍ଷମ ହୋଇଛନ୍ତି।