ଦିଲ୍ଲୀର ଦୁଇଭାଇ ବିହାନ ଓ ନାଭ ଅଗ୍ରଓ୍ୱାଲ ବର୍ଜ୍ୟ ରିସାଇକେଲିଂ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୧୪ଟି ସହରରେ ୧ ମିଲିୟନ(୧୦ ଲକ୍ଷ) କେ.ଜି ବର୍ଜ୍ୟ ରିସାଇକେଲିଂ କରିସାରିଲେଣି। ଦିଲ୍ଲୀରେ ଲୋକେ ପୋଡ଼ି ଦେଉଥିବା ବର୍ଜ୍ୟ ବାୟୁ ପ୍ରଦୂଷଣ କରୁଥିବା ଅନୁଭବକରି ୨୦୧୭େରେ ସେମାନେ ବର୍ଜ୍ୟ ସଂଗ୍ରହ ଆରମ୍ଭ କରିଥିଲେ। ପ୍ରଥମେ ତାଙ୍କ ଘରୁ ବାହାରୁଥିବା କମ୍ ପରିମାଣ ବର୍ଜ୍ୟକୁ ରିସାଇକେଲ ଲାଗି ନେବାକୁ ମନା କରିଦେଇଥିଲେ। ପରେ ଦୁଇଭାଇ ୧୫ଟି ପରିବାରରୁ ବର୍ଜ୍ୟ ସଂଗ୍ରହକରି ରିସାଇକେଲିଂ ପାଇଁ ପଠାଇଥିଲେ। ୨୦୧୮ରେ ସେମାନେ ‘ଓ୍ୱାନ୍ ଷ୍ଟେପ୍ ଗ୍ରୀନର୍’ ଷ୍ଟାର୍ଟଅପ୍ ଗଠନ କରିଥିଲେ ଏବଂ ସେତେବେଳେ ବିହାନଙ୍କୁ ୧୪ ଓ ନାଭଙ୍କୁ ୧୧ ବର୍ଷ ହୋଇଥିଲା। ଏହି ଷ୍ଟାର୍ଟଅପ୍ ମାଧ୍ୟମରେ ଯୁବକଦ୍ୱୟ ୧୪ଟି ସହରର ଘରକୁ ଘର ଯାଇ ବର୍ଜ୍ୟ ସଂଗ୍ରହ କରୁଛନ୍ତି। ଏହାସହ ସ୍କୁଲ ଓ କାର୍ଯ୍ୟାଳୟଗୁଡ଼ିକରୁ ମଧ୍ୟ ବର୍ଜ୍ୟ ସଂଗ୍ରହ କରାଯାଉଛି। ବିଶେଷକରି ପ୍ଲାଷ୍ଟିକ୍, କାର୍ଡବୋର୍ଡ, ଧାତୁ, ଗ୍ଲାସ୍ ଏବଂ ଇ- ବର୍ଜ୍ୟ ସଂଗ୍ରହକରି ରିସାଇକେଲିଂ କେନ୍ଦ୍ରକୁ ପଠାଯାଉଛି। ସଂଗୃହୀତ ବର୍ଜ୍ୟକୁ ଅଲଗା କରିବା କାମ କରି ଅନେକ ହଜାର ମହିଳାଙ୍କୁ ରୋଜଗାର ମିଳୁଛି। ଏହି ଷ୍ଟାର୍ଟଅପ୍ ମଧ୍ୟ ୭୩,୦୦୦ରୁ ଅଧିକ ଗଛ ଲଗାଇବାରେ ସହଯୋଗ କରିଛି।