ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି ଏହି ପରିବାର ସମ୍ପୂର୍ଣ୍ଣ ମାଗଣାରେ ମହିଳାମାନଙ୍କୁ ସିଲେଇ, କମ୍ପ୍ୟୁଟର ଆଦି ଶିକ୍ଷା ଦେଉଛନ୍ତି। ଶ୍ରୀବବୁଲ ଗୁପ୍ତା ଫାଉଣ୍ଡେଶନ ମାଧ୍ୟମରେ ଏହି କାର୍ଯ୍ୟ ସଞ୍ଚାଳିତ ହେଉଛି। କୌଶଳ ବିକାଶ କେନ୍ଦ୍ରରେ ପ୍ରଥମେ ଦରଜି ଓ ସିଲେଇ ଶିକ୍ଷା ଦିଆଗଲା। ଏହାପରେ କମ୍ପ୍ୟୁଟର ଶିକ୍ଷା ସାମିଲ କରାଯାଇଛି। ସମସ୍ତ କାର୍ଯ୍ୟରେ ସ୍ଥାନୀୟ ପଞ୍ଚାୟତର ସହଯୋଗ ରହିଛି। ଏବେ ଏହି କେନ୍ଦ୍ରରେ ୩୦ରୁ ୪୦ ଜଣ ମହିଳା ପ୍ରଶିକ୍ଷଣ ନେଉଛନ୍ତି ଓ ଏଯାବତ୍‌ ସେଠାରୁ ୧,୦୦୦ ମହିଳା ଟେଲରିଂ ତାଲିମ ନେଇସାରି ବିଭିନ୍ନ ପୋଷାକ ତିଆରି କରି ରୋଜଗାର କରିପାରୁଛନ୍ତି। ୩୦୦ରୁ ଊର୍ଦ୍ଧ୍ୱ ଝିଅ ବିଉଟି ପାର୍ଲର ଶିକ୍ଷା ନେଉଛନ୍ତି ଏବଂ ୬୦୦ରୁ ଅଧିକ ଝିଅପୁଅ କମ୍ପ୍ୟୁଟର ଆକାଉଣ୍ଟିଂ ଶିକ୍ଷା ପାଇସାରିଲେଣି। ଗୁପ୍ତା ପରିବାର ୨୦୦୭ରେ ଏକ ପ୍ରସୂତି ହସ୍ପିଟାଲ ଖୋଲିବା ପରେ ଚିକିତ୍ସା ସମସ୍ୟ ଦୂରହୋଇପାରିଛି। ଏହାବ୍ୟତୀତ ଏହି ପରିବାର ପକ୍ଷରୁ ମାଗଣାରେ ଚକ୍ଷୁ ଚିକିତ୍ସା ଶିବିର ଆୟୋଜନ କରିବା ସହ କୃତ୍ରିମ ଅଙ୍ଗଦାନ କରାଯାଉଛି।

 

Dharitri – The Largest & Most Trusted Odia Daily