ସଶସ୍ତ୍ର ସୀମା ବଳ(ଏସ୍ଏସ୍ବି)ର ଜଣେ ପୂର୍ୱତନ ଅଧିକାରୀ ଉତ୍କୃଷ୍ଟ ପାଣ୍ଡେ। ଜୈବିକ ପଦ୍ଧତିରେ ସେ ହଳଦୀ ଏବଂ ଧାନଚାଷ କରି ବିହନ ସଂରକ୍ଷଣ କରୁଛନ୍ତି। ଉତ୍ତରପ୍ରଦେଶ ପ୍ରତାପଗଡ଼ ଭଦାଉନ୍ ଗାଁରେ ଏହି ଚାଷ କରୁଛନ୍ତି। ଜୈବିକ ପଦ୍ଧତିରେ ସ୍ଥାନୀୟ ଅଞ୍ଚଳର ପୁରୁଣା ତଥା କଳାନମକ ବାସ୍ନାଧାନ ଚାଷରେ ସେ ସଫଳତା ପାଇଛନ୍ତି। ପାଣ୍ଡେ ଏବେ ୭ ଏକର ପରିମିତ ଫାର୍ମରେ ଚାଷ କରୁଛନ୍ତି। ଏହି ଫାର୍ମର ନାମ ଦେଇଛନ୍ତି ‘ଋଷିଗ୍ରାମ ଅର୍ଗାନିକ୍ସ’। ତାଙ୍କ ଫାର୍ମରେ ବିଶେଷକରି କଳା ହଳଦୀ ଓ କସ୍ତୁରୀ ହଳଦୀ ଚାଷ ହେଉଛି। ଏହା ବ୍ୟତୀତ ୧୩ଟି ରାଜ୍ୟରେ ୫୦୦ରୁ ଅଧିକ କୃଷକଙ୍କୁ ହଳଦୀ ଚାଷରେ ସହଯୋଗ କରୁଛନ୍ତି। ଫାର୍ମର ସବୁ କାମ ସୌରଶକ୍ତି ଦ୍ୱାରା ପରିଚାଳିତ ହେଉଛି। ଗୋପାଳନ ସହ ଗୋବରରୁ ଜୈବିକ ଖତ ପ୍ରସ୍ତୁତ କରୁଛନ୍ତି। ସେ ମଧ୍ୟ ୩୦୦୦ରୁ ଊର୍ଦ୍ଧ୍ୱ ଚନ୍ଦନ ଗଛ ଲଗାଇଛନ୍ତି। ଚନ୍ଦନ ବୃକ୍ଷ ରୋପଣକୁ ବ୍ୟାପକ କରିବା ସକାଶେ ସେ ‘ହର୍ ଘର୍ ଚନ୍ଦନ’ ବା ‘ପ୍ରତି ଘରେ ଚନ୍ଦନ’ ଅଭିଯାନ ଆରମ୍ଭ କରିଛନ୍ତି। ଉଲ୍ଲେଖଯୋଗ୍ୟ, ସେ ୫୦,୦୦୦ ଚନ୍ଦନ ଚାରା ଉତ୍ତାରି ଲୋକମାନଙ୍କୁ ଯୋଗାଇ ଦେଇଛନ୍ତି।