ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା ପରେ ପୁଣେର ଏକ କମ୍ପାନୀରେ ଚାକିରି କରିଥିଲେ। ୨୦୨୧ରେ ସେ ଚାକିରି ଛାଡ଼ି ଛତିଶଗଡ଼ ରାୟପୁରର ଚାରୁମୁଦିଆ ଗାଁକୁ ଫେରି ଆସି ଚାଷ କରିବାକୁ ନିଷ୍ପତ୍ତି ନେଇଥିଲେ। ୨୦୨୩-୨୪ ବର୍ଷରେ ସେ ଏହି ଚାଷରୁ ୧.୫ କୋଟି ଟଙ୍କା ରୋଜଗାର କରିଥିଲେ। ସମୀକ୍ଷା ପ୍ରଥମେ ଏକର ପିଛା ୫୦ ଟନ୍‌ ଟମାଟୋ ଉତ୍ପାଦନ କରୁଥିଲେ, କିନ୍ତୁ ବର୍ତ୍ତମାନ ୫୫ ଟନ୍‌ ଉତ୍ପାଦନ କରୁଛନ୍ତି। ବଡ଼ କଥା ହେଉଛି ସମୀକ୍ଷା ଚାଷ କାର୍ଯ୍ୟ ପାଇଁ ୧୨୦ ଲୋକଙ୍କୁ ନିଯୁକ୍ତ କରିଛନ୍ତି। ତେବେ ଚଳିତବର୍ଷ ତାଙ୍କର ଏହି ଚାଷରୁ ଅଧିକ ଲାଭ ହେବ ବୋଲି କହନ୍ତି ଚନ୍ଦ୍ରକର। ବିଶେଷକରି ସେ ଉତ୍ପାଦିତ ଟମାଟୋକୁ ନୂଆଦିଲ୍ଲୀ, ବେଙ୍ଗାଲୁରୁ, ରାୟପୁର, ପାଟନା, କୋଲକାତା ଆଦି ସହରର ମଣ୍ଡିକୁ ପଠାଉଛନ୍ତି। ଏହା ବ୍ୟତୀତ ଟମାଟୋ ବ୍ୟତୀତ ବାଇଗଣ, କାକୁଡ଼ି, ଲାଉ ଚାଷକରି ମାର୍କେଟରେ ବିକ୍ରି କରୁଛନ୍ତି ସମୀକ୍ଷା। ସବୁଠୁ ବେଶି ୨୦ ଏକରରେ ସେ ଟମାଟୋ ଚାଷ କରିଛନ୍ତି ଏବଂ ଅଧିକ ୧୫ ଏକର ଚାଷ କରିବାକୁ ଯୋଜନା କରିଛନ୍ତି। ସମୀକ୍ଷାଙ୍କ ବାପା ଓ ଭାଇ ତାଙ୍କୁ ଚାଷ କାର୍ଯ୍ୟରେ ସାହାଯ୍ୟ କରୁଛନ୍ତି।

Dharitri – Odisha’s No.1 Odia Daily