ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍ ନ ନେଇ ପଲିଥିନରେ ପରିବା ଆଣିବା ଦେଖାଯାଏ। ଲୋକମାନେ ବଜାରକୁ ପରିବା କିଣିବାକୁ ଯିବା ସମୟରେ ବ୍ୟାଗ୍ ନେବା ଲାଗି ଚାହଁୁନାହାନ୍ତି। କେହି ବି ଏହା ବୁଝିବାକୁ ପ୍ରସ୍ତୁତ ନୁହନ୍ତି ଯେ, ପଲିଥିନ୍ର ପରିବେଶଗତ ପ୍ରଭାବ ଅତ୍ୟନ୍ତ ଭୟଙ୍କର। ତେବେ ଏହାର କୁପ୍ରଭାବକୁ ଉପଲବ୍ଧି କରି ପଲିଥିନ ବ୍ୟବହାର ହ୍ରାସ ସକାଶେ ଚେନ୍ନାଇର ମହିଳାମାନେ ଏକ ଭିନ୍ନ ଉପାୟ ଆପଣାଉଛନ୍ତି। ସେମାନେ ଗାଢ଼ ସବୁଜ ରଙ୍ଗର ବିଦ୍ୟୁତ୍ଚାଳିତ(ଇଭି) ଅଟୋରେ ପରିବା ନେଇ ଲୋକଙ୍କ ପାଖରେ ପହଞ୍ଚାଇ ଦେଉଛନ୍ତି। ଚେନ୍ନାଇର ମହିଳା ଗ୍ରୁପ୍କୁ ତାମିଲନାଡୁ ସରକାର ଇଭି ଅଟୋ ଯୋଗାଇ ଦେଇଛନ୍ତି। ଏହି ଅଟୋରେ ପରିବା ତଟକା ରହିବାର ବ୍ୟବସ୍ଥା କରାଯାଇଛି ଏବଂ ପରିବାଗୁଡ଼ିକୁ ସେମାନେ ମାଞ୍ଜାପାଇ ବ୍ୟାଗ୍(ହଳଦିଆ ରଙ୍ଗର କନାବ୍ୟାଗ୍)ରେ ଲୋକଙ୍କୁ ଦେଉଛନ୍ତି। ତାମିଲନାଡୁ ସରକାର ପଲିଥିନ ବ୍ୟବହାର ହ୍ରାସ ପାଇଁ ତିନିବର୍ଷ ପୂର୍ୱେ ମାଞ୍ଜାପାଇ ବ୍ୟାଗ୍ ବ୍ୟବହାରକୁ ପ୍ରୋତ୍ସାହିତ କରିଥିଲେ। ଏବେ ରାଜ୍ୟର ୧୮୯ଟି ସ୍ଥାନରେ ଏହି ବ୍ୟାଗ୍ ତିଆରି କରାଯାଇ ଲୋକଙ୍କୁ ଶସ୍ତାରେ ଯୋଗାଇ ଦିଆଯାଉଛି। ଚେନ୍ନାଇରେ ମଧ୍ୟ ୪୦ଟି ଜାଗାରେ ଏହା ଉପଲବ୍ଧ ହେଉଛି।