ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିବା ମଣିଷ ଲକ୍ଷ୍ୟ ହାସଲ ନ ହେବା ଯାଏ ଥକିଯାଏ ନାହିଁ। ସବୁ ବାଧା ଏପରିକି ସୁଯୋଗକୁ ମଧ୍ୟ ପଛକରି ସେଠାରେ ପହଞ୍ଚିଯାଆନ୍ତି ସେମାନେ। ଏମିତି ଜଣେ ମହିଳା ହେଉଛନ୍ତି ତୃପ୍ତି ଭଟ୍ଟ। ସେ ଭାରତୀୟ ପୋଲିସ ସେବା( ଆଇପିଏସ୍‌) ଅଧିକାରୀ ହେବା ପାଇଁ ଲକ୍ଷ୍ୟ ରଖି ତାହା ହାସଲ କରିଛନ୍ତି ଏବଂ ଏହା ପୂର୍ବରୁ ସେ ୧୬ଟି ସରକାରୀ ଚାକିରି ପାଇଁ ଯୋଗ୍ୟ ହୋଇ ସେସବୁକୁ ଛାଡ଼ିଛନ୍ତି। ଏପରିକି ୨୦୧୩ରେ ସେ ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇ ଆଇଏଏସ୍‌ ପାଇଥିଲେ ମଧ୍ୟ ଆଇପିଏସ୍‌ରେ ଯୋଗଦେଇଥିଲେ। ତୃପ୍ତି ଏବେ ଡେରାଡୁନ୍‌ର ଏସ୍‌ପି( ଗୋଇନ୍ଦା ଓ ସୁରକ୍ଷା) ଅଛନ୍ତି। ତାଙ୍କ ସଫଳତା ପଛରେ ଏକ କାହାଣୀ ରହିଛି। ସେ ଯେତେବେଳେ ୯ମ ଶ୍ରେଣୀରେ ପଢୁଥିଲେ ସେତେବେଳେ ପୂର୍ବତନ ରାଷ୍ଟ୍ରପତି ଡ.ଏପିଜେ ଅବଦୁଲ କଲାମଙ୍କ ସହ ତାଙ୍କୁ ସାକ୍ଷାତ ହେବାର ସୁଯୋଗ ମିଳିଥିଲା। ଡ.କଲାମ ଏକ ହାତଲେଖା ଚିଠି ଦେଇଥିଲେ ଯାହା ତାଙ୍କୁ ଦେଶ ସେବା ଲାଗି ପ୍ରେରିତ କରିଥିଲା। ପରେ ସେ ଆଇପିଏସ୍‌ ଅଧିକାରୀ ହେବାକୁ ଚାହିଁଥିଲେ। କିନ୍ତୁ ତା’ପୂର୍ବରୁ ସେ ନିଯୁକ୍ତି ପାଇଁ ଯୋଗ୍ୟହୋଇ ଛାଡ଼ିଥିବା ସରକାରୀ ଚାକିରିରେ ଇସ୍ରୋର ଚାକିରି ମଧ୍ୟ ରହିଛି।

Dharitri – Odisha’s No.1 Odia Daily

Share