ଏଇ ଭାରତରେ

ପ୍ରବେଶିକାର ଲିଖିତ ଓ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପୋଲିସରେ ନିଯୁକ୍ତି ମିଳିଥାଏ। ଏଥିପାଇଁ ଅଶାୟୀମାନେ ବୟସ ସୀମା ମଧ୍ୟରେ ନିଜକୁ ପ୍ରସ୍ତୁତ କରିଥାନ୍ତି। ସେମାନଙ୍କ ମଧ୍ୟରୁ କେତେକେ କୃତକାର୍ଯ୍ୟ ହେବାବେଳେ ଅନେକେ ବିଫଳ ହୋଇଥାନ୍ତି। ତେବେ ବେଙ୍ଗାଲୁରୁ ଟ୍ରାଫିକ ପୋଲିସ(ବିଟିପି) ଏକ ନିଆରା କାର୍ଯ୍ୟକ୍ରମ ମାଧ୍ୟମରେ ଦିନକ ପାଇଁ ଲୋକଙ୍କୁ ଟ୍ରାଫିକ ପୋଲିସ ହେବାର ସୁଯୋଗ ଦେଉଛି । ‘ଦିନକ ପାଇଁ ଟ୍ରାଫିକ ପୋଲିସ ହୁଅନ୍ତୁ’ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମରେ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସର ବ୍ୟକ୍ତିମାନେ ଏଏସ୍‌ଟ୍ରାମ୍‌ ଆପ୍‌ରେ ସେମାନଙ୍କ ନାମ ପଞ୍ଜୀକରଣ କରିବା ପରେ ସ୍ବେଚ୍ଛାସେବୀଙ୍କୁ ଏକ ଘଣ୍ଟାର ପ୍ରଶିକ୍ଷଣ ଦିଆଯାଉଛି। ପରେ ସେମାନଙ୍କ ପସନ୍ଦ ମୁତାବକ ଛକଗୁଡ଼ିକରେ ଭିଡ଼ ସମୟରେ ଟ୍ରାଫିକ ପରିଚାଳନାରେ ପୋଲିିସଙ୍କୁ ସହଯୋଗ କରିବା ସକାଶେ ଦୁଇ ଘଣ୍ଟିଆ କିମ୍ବା ଚାରି ଘଣ୍ଟିଆ ସିଫ୍ଟରେ ନିଯୁକ୍ତ କରାଯାଉଛି। ଶେଷରେ ସେମାନଙ୍କୁ ଅଭିଜ୍ଞତା ପ୍ରମାଣପତ୍ର ମଧ୍ୟ ଦିଆଯାଉଛି। ବାସ୍ତବରେ ଛକଗୁଡ଼ିକରେ ଟ୍ରାଫିକ ପୋଲିସ ସମ୍ମୁଖୀନ ହେଉଥିବା ପ୍ରକୃତ ସମସ୍ୟା ସମ୍ପର୍କରେ ସେମାନେ ଅବଗତ ହେଉଛନ୍ତି।

Dharitri – The Largest & Most Trusted Odia Daily