ଅରୁଣାଚଳ ପ୍ରଦେଶ ପାକ୍କେ ବ୍ୟାଘ୍ର ସଂରକ୍ଷଣ ଜଙ୍ଗଲର ଅନ୍ୟ ଏକ ଆକର୍ଷଣ ହେଉଛି ବିଭିନ୍ନ ରଙ୍ଗ ତଥା ପ୍ରଜାତିର ହର୍ନବିଲ। ଏହି ଜାତୀୟ ପକ୍ଷୀର ମାଂସ ଓ ଥଣ୍ଟ ପାଇଁ ସ୍ଥାନୀୟ ଅଞ୍ଚଳର ଆଦିବାସୀ ଏମାନଙ୍କୁ ଶିକାର କରିଥାନ୍ତି। ବ୍ୟାପକ ଶିକାର ହେତୁ ସମୟକ୍ରମେ ଏମାନଙ୍କ ସଂଖ୍ୟା ହ୍ରାସ ପାଇଚାଲିଲା ଓ ବିଲୁପ୍ତିର ଦ୍ୱାରଦେଶରେ ପହଞ୍ଚତ୍ଗଲେ। ଏହାକୁ ଲକ୍ଷ୍ୟକରି ଘୋରା ଆଭେ ସୋସାଇଟି ନାମକ ଏନ୍ଜିଓ, ନେଚର କଞ୍ଜରଭେଶନ ଫାଉଣ୍ଡେଶନ ଏବଂ ଅରୁଣାଚଳପ୍ରଦେଶ ଜଙ୍ଗଲ ବିଭାଗ ପ୍ରଥମେ ହର୍ନବିଲଙ୍କ ଜୀବନ ରକ୍ଷା ପାଇଁ ପଦକ୍ଷେପ ନେଇଥିଲେ। ପରେ ଏମାନଙ୍କ ସହ ପାକ୍କେ ପଗା ହର୍ନବିଲ ଫେଷ୍ଟିଭାଲ କମିଟି ଏବଂ ବିବେକାନନ୍ଦ କେନ୍ଦ୍ର ବିଦ୍ୟାଳୟ ଆଲୁମ୍ନି ଆସୋସିଏଶନ ସାମିଲ ହୋଇଛନ୍ତି। ଅରୁଣାଚଳପ୍ରଦେଶର ନାଇଶି ସମ୍ପ୍ରଦାୟର ଆଦିବାସୀମାନେ ହର୍ନବିଲଙ୍କୁ ଶିକାର କରି ସେମାନଙ୍କ ମାଂସ ଖାଇବା ସହ ଥଣ୍ଟ ବିକ୍ରି କରିଥାନ୍ତି। ଏବେ ଏହି ଆଦିବାସୀଙ୍କୁ ‘ନେଷ୍ଟ ପ୍ରୋଟେକ୍ଟର’ ବା ସଂରକ୍ଷକ ଭାବେ ଘୋଷଣା କରାଯାଇଛି। ଏମାନେ ବନ ହର୍ନବିଲଙ୍କ ସୁରକ୍ଷା କରିବା ସହ ସେମାନଙ୍କ ଛୁଆ କିଭଳି ମୃତ୍ୟୁମୁଖରେ ନ ପଡ଼ନ୍ତି ସେଥି ପାଇଁ ବସାରୁ ଛୁଆଙ୍କୁ ଉଦ୍ଧାର କରୁଛନ୍ତି। ଏବେ ସୁଦ୍ଧା ୨୩୮ଟି ହର୍ନବିଲ ଛୁଆକୁ ବଡ଼ କରି ଜଙ୍ଗଲରେ ଛାଡ଼ି ସାରିଲେଣି। କେବଳ ଏତିକି ନୁହେଁ ଏହି ପକ୍ଷୀଙ୍କ ସୁରକ୍ଷା ପାଇଁ ବର୍ଷକୁ ୬.୦୦୦ରୁ ୧୦,୦୦୦ ଗଛ ଲଗାଯାଉଛି।