ଏଇ ଭାରତରେ

ବୟସ ଏକ ସଂଖ୍ୟା ଓ ଏହାର ପ୍ରଭାବକୁ ପ୍ରତିହତ କରି ଆଗକୁ ବଢ଼ିବା ସମ୍ଭବ ବୋଲି ପ୍ରମାଣ କରିଛନ୍ତି ଆନ୍ଧ୍ରପ୍ରଦେଶ ବିଜୟନଗରମର ବିଦ୍ୟା ସିଂ। ସେ ୫୯ ବର୍ଷ ବୟସରେ ପର୍ବତ ଆରୋହଣ ଆରମ୍ଭ କରିବା ପରେ ୧୯ଟି ଉଚ୍ଚ ଶୃଙ୍ଗ ଶୀର୍ଷରେ ପହଞ୍ଚିସାରିଲେଣି। ଏହା ମଧ୍ୟରେ ରହିଛି ପୂର୍ବ ଲଦାଖର ମେଣ୍ଟକ କାଂଗ୍ରି (୬୨୫୦ମିଟର) ଓ ସ୍ପିତି ଭ୍ୟାଲିର ୟୁନାମ ପିକ (୬୧୧୧ ମିଟର) ଶୃଙ୍ଗ। ଏବେ ତାଙ୍କ ବୟସ ୭୨ ଓ ସେ ପୂର୍ବ ଆଫ୍ରିକାର ମାଉଣ୍ଟ କିଲିମାଞ୍ଜୋର ଅରୋହଣ କରିଛନ୍ତି। ଏହି ସଫଳତା ହାସଲ କରିବାରେ ସେ ହେଉଛନ୍ତି ସବୁଠୁ ବୟସ୍କ ଭାରତୀୟ ମହିଳା। ତାଙ୍କ ଫିଟନେସ ପଛର ରହସ୍ୟ ହେଉଛି, ସେ କଲେଜ ଜୀବନରୁ ଟେନିସ ଖେଳୁଥିଲେ ଓ ମାଡ୍ରାସ ବିଶ୍ୱବିଦ୍ୟାଳୟ ଟିମ୍‌ର ଅଧିନାୟିକା ଥିଲେ। ଏହାସହ ସେ ସୁଇମିଂରେ ମଧ୍ୟ ପଦକ ହାସଲ କରିଥିଲେ। ସେ ଦୀର୍ଘ ୧୨ ବର୍ଷ ହେଲା ସପ୍ତାହରେ ଥରେ ୬୦ କି.ମି. ସାଇକ୍ଲିଂ କରୁଛନ୍ତି। ଏହା ସହ ବିଭିନ୍ନ ସ୍ଥାନରେ ହାଫ୍‌ ମାରାଥନରେ ମଧ୍ୟ ଭାଗ ନେଉଛନ୍ତି। ପରିଣତ ବୟସରେ ସେ ନିଜକୁ ଫିଟ୍‌ ରଖିବା ସହ ପର୍ବତାରୋହଣକୁ ତାଙ୍କ ଜୀବନର ଏକ ଅଂଶ କରିଦେଇଛନ୍ତି।

Dharitri – Odisha’s No.1 Odia Daily