କଶ୍ମୀର ପୁଲ୍ଓ୍ବାମା ଜିଲାର କୃଷକମାନେ ଏବେ କେବଳ ଲାଭେଣ୍ଡର (ଏକପ୍ରକାର ସୁଗନ୍ଧିତ ଗଛ) ଚାଷରେ ସୀମିତ ରହିନାହାନ୍ତି। ସେମାନେ ଭାରତରେ ପ୍ରଥମେ ଲାଭେଣ୍ଡର ମହୁ ଉତ୍ପାଦନ କରିବାରେ ସଫଳ ହୋଇଛନ୍ତି। କାଉନ୍ସିଲ ଫର୍ ସାଇଣ୍ଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ (ସିଏସ୍ଆଇଆର୍) -ଇଣ୍ଡିଆନ ଇନ୍ଷ୍ଟିଚ୍ୟୁଟ ଅଫ୍ ଇଣ୍ଟିଗ୍ରେଟିଭ ମେଡିସିନି (ଆଇଆଇଆଇଏମ୍)ର ବୈଜ୍ଞାନକମାନେ ଚାଷୀମାନଙ୍କୁ ଏହି ମହୁ ଉତ୍ପାଦନରେ ସାହାଯ୍ୟ କରୁଛନ୍ତି।
ସିଏସ୍ଆଇଆର୍-ଆଇଆଇଆଇଏମ୍ ପ୍ରଥମ ପର୍ଯ୍ୟାୟରେ କୃଷକମାନଙ୍କୁ ମହୁବାକ୍ସ ଯୋଗାଇଦେଇଛି। ପୁଲ୍ଓ୍ବାମାର ପାଖାପାଖି ୧୮୦ କୃଷକ ଏବେ ଲାଭେଣ୍ଡର ଚାଷ କରୁଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ୪୫ ଜଣଙ୍କୁ ଲାଭେଣ୍ଡର ମହୁ ଉତ୍ପାଦନ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଛି। କୃଷକମାନେ ଉତ୍ପାଦନ କରୁଥିବା ମହୁକୁ ‘ତରଳ ସୁନା’ କୁହାଯାଉଛି ଏବଂ ୧ କେଜି ମହୁ ୬,୦୦୦ରୁ ୧୨,୦୦୦ ଟଙ୍କାରେ ବିକ୍ରି ହେଉଛି, ଯାହାକି ଅର୍ଗାନିକ ମହୁ ମୂଲ୍ୟଠାରୁ ପାଖାପାଖି ୬ଗୁଣ ଅଧିକ। ଏହା ଯୋଗୁ କୃଷକଙ୍କ ଆୟ ଯଥେଷ୍ଟ ବୃଦ୍ଧି ପାଉଛି। ସିଏସ୍ଆଇଆର୍ – ଆଇଆଇଆଇଏମ୍ ଏବେ କଶ୍ମୀରର ଅନ୍ୟ ସବୁ ଅଞ୍ଚଳରେ ୫୦୦ରୁ ଊର୍ଦ୍ଧ୍ୱ କୃଷକଙ୍କୁ ଲାଭେଣ୍ଡର ମହୁ ଉତ୍ପାଦନ ପାଇଁ ସହଯୋଗ କରିବାକୁ ଯୋଜନା କରିଛି।
Dharitri – Odisha’s No.1 Odia Daily