ଏଇ ଭାରତରେ

ରାଜସ୍ଥାନର ମରୁଭୂମି ଜିଲା ଭାବେ ବାର୍‌ମର ବେଶ୍‌ ଜଣାଶୁଣା। ଏହି ଅଞ୍ଚଳରେ ବର୍ଷର ସବୁ ସମୟରେ ପିଇବା ପାଣି ପାଇବା କଷ୍ଟକର। ଘରେ ରୋଷେଇ ଓ ଅନ୍ୟାନ୍ୟ କାମ ପାଇଁ ଆବଶ୍ୟକ ପାଣି ମହିଳାମାନେ ଯୋଗାଡ଼ କରି ରଖୁଥିବାରୁ ବହୁ ସମୟରେ ଏହି ଅଭାବ ସେମାନଙ୍କୁ ଚାପଗ୍ରସ୍ତ କରି ରଖେ। ଅନେକ ସମୟରେ ଜିଲାର ବିଭିନ୍ନ ଅଞ୍ଚଳରେ ଥିବା ବଡ଼ ବାମ୍ଫିରୁ ପାଣି କାଢିବା ସମୟରେ ସେଥିରେ ପଡ଼ି ବହୁ ମହିଳାଙ୍କ ଜୀବନ ଚାଲିଯାଇଛି। ଏଭଳି ସମସ୍ୟାକୁ ଅନୁଭବ କରି ଜିଲାପାଳ ଟିନା ଦାବି ତାହାକୁ ଦୂର କରିବାରେ ଅନେକାଂଶରେ ସଫଳ ହୋଇପାରିଛନ୍ତି। ସେ ବର୍ଷାଜଳ ସଂରକ୍ଷଣ କରି ରଖିବା ପାଇଁ ଜିଲାର ବିଭିନ୍ନ ଗାଁରେ ଟାଙ୍କି ନିର୍ମାଣ କରିଛନ୍ତି। ଜିଲାରେ ମୋଟ ୮୭,୦୦୦ ଟାଙ୍କି ନିର୍ମାଣ କରିସାରିଲେଣି। ‘କ୍ୟାଚ ଦି ରେନ’ ଅଭିଯାନରେ ତାଙ୍କୁ ଏହି ସଫଳତା ମିଳିପାରିଛି। ଟାଙ୍କିଗୁଡ଼ିକର ମୁହଁ ବନ୍ଦ କରି ସେଥିରେ ପମ୍ପ ଲଗାଯାଇଛି। ଏହି ଟାଙ୍କିଗୁଡ଼ିକର ପାଣିକୁ ବିଶୁଦ୍ଧ କରାଯାଉଛି ଏବଂ ୩ରୁ ୪ ମାସ ପିଇବା ପାଇଁ ବ୍ୟବହାର ହେଉଛି। ବାର୍‌ମର ଏବେ ଦେଶରେ ବର୍ଷାଜଳ ସଂରକ୍ଷଣ କ୍ଷେତ୍ରରେ ଏକ ମଡେଲ ଜିଲା ହୋଇପାରିଛି। ଟିନା ଦାବି ରାଷ୍ଟ୍ରପତିଙ୍କ ଦ୍ୱାରା ପୁରସ୍କୃତ ହେବା ସହ ଜିଲା ପାଇଁ ୨ କୋଟି ଟଙ୍କାର ରାଶି ଗ୍ରହଣ କରିଛନ୍ତି।

Dharitri – The Largest & Most Trusted Odia Daily