ଏଇ ଭାରତରେ

କର୍ନାଟକର ସିର୍‌ଶି ଗାଁକୁ ଗଲେ ସେଠାରେ ରୋବୋ ଶିକ୍ଷକ ଦେଖିବାକୁ ପାଇବେ, ଯାହା ମଣିଷଙ୍କ ଭଳି ପଢ଼ାଇପାରୁଛି। ସ୍ମାର୍ଟ ଶିକ୍ଷାକୁ କର୍ନାଟକ ଗ୍ରାମାଞ୍ଚଳ ପିଲାଙ୍କ ପାଖରେ ପହଞ୍ଚାଇବା ଅକ୍ଷୟ ମାଶେଲକର ଏଡି ରୋବୋ ନିର୍ମାଣ କରିଛନ୍ତି। ଅକ୍ଷୟଙ୍କ ବୟସ ୩୦। କୋଭିଡ୍‌ ମହାମାରୀ ସମୟରେ ସେ ଏହି ରୋବୋ ନିର୍ମାଣ କରିବାକୁ ଯୋଜନା ପ୍ରସ୍ତୁତ କରି ୨୦୨୨ରେ ଶେଷ କରିଥିଲେ। ଏହାକୁ ତିଆରି କରିବାକୁ ୧୮ ମାସ ଲାଗିଯାଇଥିଲା ଏବଂ ମୋଟ ଖର୍ଚ୍ଚ ହୋଇଥିଲା ୨ ଲକ୍ଷ ଟଙ୍କା। ଏହି ରୋବୋ ଶିକ୍ଷକର ନାମ ଶିଖା। ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ଏହା କନ୍ନଡ ଓ ଇଂଲିଶରେ ପଢ଼ାଇପାରୁଛି। ଶିଖା ବିଭିନ୍ନ ବିଷୟରେ ପଢ଼ାଇବା ସହ ରାଇମ ମଧ୍ୟ ଗାଇପାରୁଛି। ପିଲାମାନେ ଆଗ୍ରହ ସହ ଶିଖାଠାରୁ ପଢ଼ିବାକୁ ଚାହଁି ବସୁଛନ୍ତି। ଏବେ ‘ଶିଖା’କୁ ୩୫,୦୦୦ ଟଙ୍କାରେ ତିଆରି କରିବାକୁ ଯୋଜନା କରିଛନ୍ତି, ଯାହାଦ୍ୱାରା ଉତ୍ତର କନ୍ନଡର ସବୁ ସ୍କୁଲରେ ପିଲା ଶିଖାଠାରୁ ପଢ଼ିବାର ସୁଯୋଗ ପାଇପାରିବେ। କେବଳ ଏତିକି ନୁହେଁ, ଅକ୍ଷୟ ମଧ୍ୟ ପିଲାମାନଙ୍କୁ ରୋବୋଟିକ ଟେକ୍‌ନୋଲୋଜି ସମ୍ପର୍କରେ ଶିକ୍ଷା ଦେଉଛନ୍ତି। ପାଖାପାଖି ୨୦୦ ପିଲା ଏବେ କ୍ଷୁଦ୍ର ରୋବୋ ନିର୍ମାଣ କରିପାରୁଛନ୍ତି

Dharitri – Odisha’s No.1 Trusted Odia Daily