ଏଇ ଭାରତରେ

ଭାରତୀୟ ସେନାରେ ୩୦ ବର୍ଷ କାର୍ଯ୍ୟ କରିବା ପରେ କଲୋନେଲ ଦିବ୍ୟ ଠାକୁର ମନାଲି ନିକଟସ୍ଥ ଏକ ଗାଁରେ ଆପଲ ଚାଷ କରୁଛନ୍ତି। ଜୈବିକ ପଦ୍ଧତିରେ ସେ ଏହି ଚାଷ କରି ସଫଳ ହୋଇଛନ୍ତି। ବଡ଼ କଥା ହେଉଛି ଜୁଲାଇ ୨୦୨୫ରେ ସେ ୧୧ ଟନ୍‌ ଆପଲ ଉତ୍ପାଦନ କରିବାକୁ ସକ୍ଷମ ହୋଇଛନ୍ତି। ଦିବ୍ୟ ୨୦୧୯ରେ ସେନାରୁ ଅବସର ଗ୍ରହଣ କରିବା ପରେ ଏହି ଚାଷ ଆରମ୍ଭ କରିଥିଲେ। ଦିବ୍ୟଙ୍କୁ ବୟସ ଏବେ ୬୫। ସେ ୪ ଏକର ଜମିରେ ଆପଲ ଚାଷ କରୁଛନ୍ତି। ତାଙ୍କ ଶ୍ୱଶୁର ଲ୍ୟୁଟନାଣ୍ଟ ଜେନେରାଲ ଭୁପିନ୍ଦର ଠାକୁର ତାଙ୍କୁ ଏହି ଚାଷରେ ସହଯୋଗ କରୁଛନ୍ତି। ଆପଲ ଚାଷର ସେ ନିଜେ ଜୈବିକ ଖତ ଓ କୀଟନାଶକ ପ୍ରସ୍ତୁତ କରି ପ୍ରୟୋଗ କରୁଛନ୍ତି। ଦିବ୍ୟ ଆପଲ ବଗିଚାରେ ୧୫,୦୦୦ ଲିଟର କ୍ଷମତାବିଶିଷ୍ଟ ଟାଙ୍କି ନିର୍ମାଣ କରିଛନ୍ତି, ଯେଉଁଥିରେ ବର୍ଷାଜଳକୁ ସଂଗ୍ରହ କରି ସିଞ୍ଚନ ପଦ୍ଧତିରେ ବଗିଚାରେ ବ୍ୟବହାର କରାଯାଉଛି।

Dharitri – Odisha’s No.1 Trusted Odia Daily