ଜଙ୍ଗଲ ବଞ୍ଚିଲେ ଆମେ ବଞ୍ଚତ୍ବା- ଏହା ଉପଲବ୍ଧି କରିଛନ୍ତି ଉତ୍ତରାଖଣ୍ଡର ମହିଳାମାନେ। ରାଜ୍ୟର ବିଭିନ୍ନ ଗ୍ରାମପଞ୍ଚାୟତରେ ସେମାନେ ବନ ପଞ୍ଚାୟତ ମାଧ୍ୟମରେ ଜଙ୍ଗଲର ସୁରକ୍ଷା କରୁଛନ୍ତି ଏବଂ ସାମଗ୍ରିକ ପ୍ରୟାସ ସଫଳତା ପାଇଁ ବାଟ କଢ଼ାଇନିଏ ବୋଲି ପ୍ରମାଣ କରିପାରିଛନ୍ତି। ଏହି କ୍ରମରେ ପିଥୋରାଗଡ଼ ଜିଲା ମୁନ୍ସିଆରି ବ୍ଲକର ଶଙ୍ଖଦୁରା ଗାଁର ଜଙ୍ଗଲକୁ ସ୍ଥାନୀୟ ସରପଞ୍ଚ ବାସନ୍ତି ରାଓ୍ବତ ସୁରକ୍ଷା କରୁଛନ୍ତି। ତାଙ୍କ ସହ ଅନ୍ୟ ୮ ମହିଳା ବନ ପଞ୍ଚାୟତରେ ରହିଛନ୍ତି। କେବଳ ଶଙ୍ଖଦୁରା ନୁହେଁ, ସର୍ମୋଲି ଜଣ୍ଟି ପଞ୍ଚାୟତର ପୂର୍ବତନ ସରପଞ୍ଚ ମଲିକା ଭିର୍ଡି ମଧ୍ୟ ମେସାରିକୁଣ୍ଡର ପୁନରୁଦ୍ଧାର କରିପାରିଛନ୍ତି। ଏବେ ତାଙ୍କ ଅଞ୍ଚଳରେ ପାଣିର ଅଭାବ ରହୁନାହିଁ। ବନ ପଞ୍ଚାୟତ ମାଧ୍ୟମରେ ଜଙ୍ଗଲ ଓ ପ୍ରାକୃତିକ ପରିବେଶ ସୁରକ୍ଷା ହେବା ଦ୍ୱାରା ଉତ୍ତରାଖଣ୍ଡର ପର୍ଯ୍ୟଟନ କ୍ଷେତ୍ରରେ ଯଥେଷ୍ଟ ବିକାଶ ହୋଇପାରିଛି। ଉଲ୍ଲେଖନୀୟ, ୧୯୩୧ରେ ଇଂରେଜମାନେ ବନ ପଞ୍ଚାୟତ ନିୟମାବଳୀ ଆଣିଥିଲେ। ତେବେ ଉତ୍ତରାଖଣ୍ଡରେ ଏବେ ୬,୦୬୯ ବନ ପଞ୍ଚାୟତ ୪,୦୫,୪୨୬ ହେକ୍ଟର ଜଙ୍ଗଲର ସୁରକ୍ଷା ଓ ପରିଚାଳନା କରୁଛି।
\