ଏଇ ଭାରତରେ

ପରିବେଶ ସ୍ବଚ୍ଛ ରଖିବା ପାଇଁ ରାଜସ୍ଥାନସ୍ଥିତ ବ୍ରହ୍ମାକୁମାରୀର ଶାନ୍ତିବନ କମ୍ପ୍ଲେକ୍ସ ସୌର ଶକ୍ତିରେ ରୋଷେଇ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି । ବିନା ଜୈବ ଇନ୍ଧନ ଓ ଜାଳେଣି କାଠରେ ଏବଂ ବିନା ଗ୍ରୀନ୍‌ ହାଉସ୍‌ ଗ୍ୟାସ୍‌ ନିର୍ଗମନରେ ଦିନକୁ ପାଖାପାଖି ୫୦,୦୦୦ ମିଲ୍‌ ପ୍ରସ୍ତୁତ କରାଯାଉଛି। ଏହି ସୌର ରୋଷଶାଳାରେ ଶାକାହାରୀ ଖାଦ୍ୟ ରୋଷେଇ ହେଉଛି। ସ୍ବଚ୍ଛଶକ୍ତିର ଏହା ଏକ ବଡ଼ ଦୃଷ୍ଟାନ୍ତ। ଶାନ୍ତିବନ କମ୍ପ୍ଲେକ୍ସରେ ୮୪ଟି ବୃହତ୍‌ ରିଫ୍ଲେକ୍‌ଟର ଲଗାଯାଇଛି । ପ୍ରତ୍ୟେକଟି ରିଫ୍ଲେକ୍ଟରର ସର୍ଫେସ ଏରିଆ ହେଉଛି ୯.୨ ମିଟର। ସୂର୍ଯ୍ୟଙ୍କ ଗତି ଅନୁସାରେ ଏହା ମଧ୍ୟ ବିଭିନ୍ନ ଦିଗରୁ ଘୂରି ପାରୁଛି। ସୂର୍ଯ୍ୟାଲୋକ ରିଫ୍ଲେକ୍ଟରର ଫୋକାଲ କେନ୍ଦ୍ରରେ ପଡ଼ିବା ପରେ ତାପମାତ୍ରା ୮୦୦ ଡିଗ୍ରୀ ସେଣ୍ଟିଗ୍ରେଡକୁ ଛୁଇଁଥାଏ। ଏଠାରେ କୌଣସି ସୋଲାର ପ୍ୟାନେଲ ବ୍ୟବହାର ହେଉନାହିଁ। କେବଳ ସୋଲାର ତାପଜ ଶକ୍ତିରେ ରୋଷେଇ ହେଉଛି।