କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଚାଳିତ ରୋବୋ ନିର୍ମାଣ କରିଛନ୍ତି ୨୨ ବର୍ଷୀୟ ରାହୁଲ ଆର୍ପାକା। ସେ ଏହାର ନାମ ରଖିଛନ୍ତି ରକ୍ଷକ। କାରଣ ଏହା ଫସଲକୁ ଘାସ ଦାଉରୁ ରକ୍ଷାକରିବ। ଫସଲକୁ ଘାସ କ୍ଷତି କରୁଥିବାରୁ ଏହାକୁ ବାଛିବାରେ କୃଷକମାନେ ଅଧିକ ଖର୍ଚ୍ଚ କରନ୍ତି। ଏକ ଆକଳନରୁ ଜଣାପଡ଼ିଛି ଯେ, ଫସଲରେ ମୋଟ ଯେତିକି ଖର୍ଚ୍ଚ ହୁଏ ତାହାର ୨୦-୨୫% ଘାସ ବଚ୍ଛାରେ ହୋଇଥାଏ। ରାହୁଲ ନିର୍ମାଣ କରିଥିବା ରୋବୋ ଫସଲକୁ କ୍ଷତି ନ କରି ଜମିରୁ ଘାସ ନଷ୍ଟ କରିପାରୁଛି। ରକ୍ଷକ କ୍ଷେତରେ ଏଆଇ ମାଧ୍ୟମରେ ଘାସକୁ ଠାବ କରିବା ପରେ ତାହାକୁ ଲେଜର ଦ୍ୱାରା ନଷ୍ଟ କରିପାରୁଛି। ରାହୁଲ କହନ୍ତି, କମ୍ ସମୟରେ ଏହି କାର୍ଯ୍ୟ କରିପାରୁଥିବାରୁ ଆର୍ଥିକ ଦୃଷ୍ଟିକୋଣରୁ ଏହା କୃଷକଙ୍କ ପାଇଁ ଲାଭଦାୟକ ହେବ। ରାହୁଲ ଏବେ ହାଇଦ୍ରାବାଦସ୍ଥିତ ମହିନ୍ଦ୍ରା ୟୁନିଭର୍ସିଟିରେ ଇଞ୍ଜିନିୟରିଂ ପଢୁଛନ୍ତି। ଏହି ରୋବୋ ନିର୍ମାଣ କରିବା ପାଇଁ ମହିନ୍ଦ୍ରା କମ୍ପାନୀ ମଧ୍ୟ ସହଯୋଗ କରିଛି। ଏହାକୁ ଟ୍ରାକ୍ଟର ବ୍ୟାଟେରିରେ ଚାଜର୍ର୍ କରାଯାଇପାରୁଛି। ରକ୍ଷକ ରୋବୋ ଆଗାମୀ କିଛି ମାସ ମଧ୍ୟରେ ମାର୍କେଟରେ ଉପଲବ୍ଧ ହେବ। ଏହାର ମୂଲ୍ୟ ୧୦ ଲକ୍ଷ ଟଙ୍କା ରହିବ ବୋଲି ରାହୁଲ କହିଛନ୍ତି।