ସ୍ବର୍ଣ୍ଣଚମ୍ପାର ମୂଲ୍ୟ ବଜାରରେ ଅଧିକ। ଏହାକୁ ଲକ୍ଷ୍ୟ କରି ମହାରାଷ୍ଟ୍ର ସିନ୍ଧୁଦୁର୍ଗର ଉଦୟ ଗୋପୀନାଥ ଭେଲାଙ୍କର ଏହି ଫୁଲ ଚାଷ ଆରମ୍ଭ କରିଥିଲେ। ଏବେ ଜଣେ ସଫଳ ଚାଷୀ ଭାବେ ଏଥିରୁ ସେ ବର୍ଷକୁ ୯ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ସାତ ପ୍ରକାର ସ୍ବର୍ଣ୍ଣଚମ୍ପା ଅଛି, କିନ୍ତୁ ଉଦୟ ଗାଢ଼ ହଳଦିଆ କିସମକୁ ଚାଷ କରୁଛନ୍ତି। ୨୦ ଏକର ନର୍ସରିରେ ୩୦୦୦ ବଡ଼ ଚମ୍ପାଗଛ ଅଛି। ପ୍ରତିଦିନ ଗୋଟିଏ ଗଛରୁ ୧୫୦-୨୦୦ ଫୁଲ ମିଳୁଛି। ବଜାରରେ ୧୦୦ଟି ଫୁଲକୁ ୧୦୦ ଟଙ୍କାରେ ସେ ବିକ୍ରି କରୁଛନ୍ତି। ଶ୍ରବଣ ମାସରେ କିମ୍ବା ବିଭିନ୍ନ ପର୍ବପର୍ବାଣିରେ ଏହା ୭୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି। ପ୍ରତିବର୍ଷ ଏହିସବୁ ଗଛରୁ ସେ ୧୦,୦୦୦ କଲମୀ ଉତ୍ତାରୁଛନ୍ତି ଏବଂ ତାହାକୁ ମହାରାଷ୍ଟ୍ର ସମେତ ମଧ୍ୟପ୍ରଦେଶ, କେରଳ, କର୍ନାଟକ ଓ ତାମିଲନାଡୁରେ ବିକ୍ରି କରାଯାଉଛି। କେବଳ ଏତିକି ନୁହେଁ, ସେ କଲମୀ ପଦ୍ଧତିରେ ଏକ ନୂଆ କିସମର ଫୁଲ ବିକାଶ କରିଛନ୍ତି, ଯାହାର ନାମ ଦେଇଛନ୍ତି ‘ଭେଲାଙ୍କର ଚମ୍ପା’। ଏହା ବର୍ଷର ସବୁ ସମୟରେ ଫୁଟୁଛି।