ବର୍ଜ୍ୟରୁ ଅବିକଳ ମୂର୍ତ୍ତି ତିଆରି କରୁଛନ୍ତି ବନ୍ଦନା ଜୈନ। ବସାଇର ଏକ ଷ୍ଟୁଡିଓରେ ଅଦକାରୀ କାର୍ଡବୋର୍ଡ ବକ୍ସ ବ୍ୟବହାର କରି ସେ ଏହିସବୁ ମୂର୍ତ୍ତି ତିଆରି କରୁଛନ୍ତି । କାର୍ଡବୋର୍ଡ ବକ୍ସଗୁଡ଼ିକୁ ଥରେ ବ୍ୟବହାର କରିବା ପରେ ସେସବୁକୁ ବାହାରେ ପିଙ୍ଗି ଦିଆଯାଉଛି , ଯାହା ଗଦାହୋଇ ପଡ଼ିରହୁଛି। ଏହା ମଧ୍ୟ ପରିବେଶକୁ ପ୍ରଦୂଷଣ କରୁଛି। ଏହି ସମସ୍ୟାର ସମାଧାନ ପାଇଁ ସେଥିରୁ ମୂର୍ତ୍ତି ତିଆରି କରିବା ଲାଗି ସେ ନିଷ୍ପତ୍ତି ନେଇଥିଲେ। ବନ୍ଦନା ପ୍ରଥମେ କାଠରେ ମୂର୍ତ୍ତି କରୁଥିଲେ। ପରେ ୨୦୧୩ରେ କାର୍ଡବୋର୍ଡରୁ ଏହା ତିଆରି କରିବା ଲାଗି ଚେଷ୍ଟା କରି ସଫଳ ହୋଇପାରିଥିଲେ। ଏବେ ତିଆରି କରୁଥିବା କଳାରେ ସେ ମଣିଷର ଜୀବନକୁ ଚିତ୍ରଣ କରୁଛନ୍ତି। ବନ୍ଦନା ବିହାରର ଏକ ଛୋଟ ଗାଁରେ ପଢିଛନ୍ତି ଓ ବଢିଛନ୍ତି । ପ୍ରାରମ୍ଭିକ ଶିକ୍ଷା କାଳରେ ସେ କଳା ପ୍ରତି ଆଗ୍ରହୀ ଥିଲେ। ୨୦୦୨ରେ ଦିଲ୍ଲୀ ଯାଇ ଇଣ୍ଟେରିୟର ଡିଜାଇନରେ ଶିକ୍ଷା ଲାଭ କରିବା ପରେ କଳାକୁ ଆହୁରି ଉତ୍କୃଷ୍ଟମାନର କରିପାରିଛନ୍ତି। ବିବାହ ପରେ ଏବେ ମୁମ୍ବାଇ ଆସି କାର୍ଡବୋର୍ଡରୁ ମୂର୍ତ୍ତି ଗଢିବା କାର୍ଯ୍ୟକୁ ଅଧିକ ଗୁରୁତ୍ୱ ଦେଇଛନ୍ତି।