ଏଇ ଭାରତରେ

ଆଗାମୀ ଜଳ ସଙ୍କଟ ଏକ ଭୟାବହ ସ୍ଥିତି ସୃଷ୍ଟି କରିବ ବୋଲି ଏବକାର ବେଙ୍ଗାଲୁରୁ ଜଳାଭାବ ସ୍ଥିତି ସମସ୍ତଙ୍କୁ ଚେତାଇ ଦେଇଛି। ବେଙ୍ଗାଲୁରୁରେ ପାଣି ପାଇଁ ଟ୍ୟାଙ୍କର ଉପରେ ଲୋକେ ନିର୍ଭର କରୁଛନ୍ତି। କିନ୍ତୁ ସହରର ଗୁରୁକୃପା ଆପାର୍ଟମେଣ୍ଟର ଜଳ ପରିଚାଳନା ଏଭଳି ସଙ୍କଟ ଦୂର କରିବାର ବାଟ ଦେଖାଇଛି। ଏହି ଆପାର୍ଟମେଣ୍ଟରେ ପରିବାରଗୁଡ଼ିକ ପାଇଁ ବର୍ଷାଜଳ ସଂରକ୍ଷଣ ପଦ୍ଧତି(ଆର୍‌ଡବ୍ଲ୍ୟୁଏଚ୍‌) ଆଶୀର୍ବାଦ ହୋଇପାରିଛି। ଆର୍‌ଡବ୍ଲ୍ୟୁଏଚ୍‌ରେ ବର୍ଷାଜଳ ସଂଗ୍ରହ କରି ସେମାନେ ବ୍ୟବହାର କରୁଛନ୍ତି। ଏହି ପଦ୍ଧତି ଆରମ୍ଭ କରିଥିଲେ ଗଣେଶ ସନ୍‌ଭାଗ। ପାଇପଠାରୁ ଆରମ୍ଭକରି ଫିଲ୍‌ଟର ଯାଏ ମୋଟ ୩ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ଏହି କାର୍ଯ୍ୟ ପାଇଁ ସେ କୌଣସି ଦେୟ ଦାବି କରୁନାହାନ୍ତି। ଆର୍‌ଡବ୍ଲ୍ୟୁଏଚ୍‌ରେ ୫୦,୦୦୦ ଲିଟର ଜଳ ରହିବା ଭଳି ୪ଟି ଟାଙ୍କି ନିର୍ମାଣ କରାଯାଉଛି ଓ ବଳକା ପାଣିକୁ ସକ୍‌ପିଟ୍‌କୁ ଛାଡ଼ିଦିଆଯାଉଛି। ଫଳରେ ଭୂତଳ ଜଳସ୍ତର ମଧ୍ୟ ବୃଦ୍ଧି ପାଇବାରେ ଏହା ସାହାଯ୍ୟ କରୁଛି। ଏବେ ବେଙ୍ଗାଲୁରୁରେ ୨୦୦ରୁ ଅଧିକ ଆପାର୍ଟମେଣ୍ଟ ସନ୍‌ଭାଗଙ୍କ ବର୍ଷାଜଳ ସଂରକ୍ଷଣ ବ୍ୟବସ୍ଥା ଆପଣାଇଛି। ଏହି ପଦ୍ଧତି ଯୋଗୁ ଟ୍ୟାଙ୍କର ଉପରେ ନିର୍ଭରଶୀଳତା ହ୍ରାସ ପାଇପାରିଛି।