ଶେଷରେ ସତ ମାନିଲେ ଚାଇନା ରାଷ୍ଟ୍ରପତି

ବେଜିଂ,୨।୧: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ନୂଆ ବର୍ଷ ଅବସରରେ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ। ଏହି ସମୟରେ ସେ ଦେଶର ବୁଡ଼ି ଯାଉଥିବା ଅର୍ଥନୀତି ବିଷୟରେ କହିଥିଲେ। ସେ ସ୍ବୀକାର କରିଛନ୍ତି ସେ ଚାଇନାର ଲୋକମାନେ ସଂଘର୍ଷ କରୁଛନ୍ତି। ଲୋକମାନେ ଚାକିରି ପାଇନାହାଁନ୍ତି। ସି ପ୍ରଥମ ଥର ପାଇଁ ନୂଆ ବର୍ଷ ବାର୍ତ୍ତାରେ ଅର୍ଥନୈତିକ ଆହ୍ବାନ ବିଷୟରେ ଉଲ୍ଲେଖ କରିଛନ୍ତି। ସେ ଗତ ୧୦ ବର୍ଷ ହେବ ଅର୍ଥାତ୍‌ ୨୦୧୩ ଠାରୁ ନୂଆ ବର୍ଷ ଅବସରରେ ଦେଶକୁ ସମ୍ବୋଧିତ କରିଆସୁଛନ୍ତି।
ବର୍ତ୍ତମାନ ଆମେରିକା ପରେ ଚାଇନା ବିଶ୍ୱର ଦ୍ୱିତୀୟ ବୃହତ୍ତମ ଅର୍ଥନୀତି ଅଟେ। ଏହା ସତ୍ତ୍ୱେ ବେକାରୀ ବୃଦ୍ଧି ଏବଂ ବ୍ୟବସାୟିକ ଚାହିଦା ହ୍ରାସ ହେତୁ ଏହା ମାନ୍ଦା ଅର୍ଥବ୍ୟବସ୍ଥା ସହ ସଂଘର୍ଷ କରୁଛି। ଜିନପିଙ୍ଗ କହିଛନ୍ତି, କିଛି ପ୍ରକାର ବ୍ୟବସାୟ ପାଇଁ ସମୟ କଷ୍ଟସାଧ୍ୟ ହୋଇଛି। ଚାକିରି ଖୋଜିବା ଏବଂ ମୌଳିକ ଆବଶ୍ୟକତା ପୂରଣ କରିବାରେ ଲୋକମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଅର୍ଥନୀତି ସହ ଜଡିତ ପ୍ରସଙ୍ଗଗୁଡ଼ିକ ମୋ ମନର ଅଗ୍ରଭାଗରେ ରହିଛି। ଆମେ ଆର୍ଥିକ ସଂସ୍କାରର ଗତିକୁ ତ୍ୱରାନ୍ବିତ ଏବଂ ଦୃଢ କରିବାକୁ ଚେଷ୍ଟା କରିବୁ।

Share
Tags: xi jinping