ଏଇ ଭାରତରେ

ମହିଳା ସବୁବେଳେ ସଶକ୍ତ। ସୁଯୋଗ ପାଇଲେ ସେମାନେ ସବୁ କ୍ଷେତ୍ରରେ ଶକ୍ତି ପ୍ରଦର୍ଶନ କରିପାରିବେ, ଯାହା ଦେଖିବାକୁ ମିଳିଛି ସୁନ୍ଦରବନରେ ଥିବା ଟାଇଗର ଓ୍ବିଡୋଜ୍‌(ବାଘ ଆକ୍ରମଣରେ ମୃତ୍ୟୁମୁଖରେ ପଡ଼ିଥିବା ପୁରୁଷଙ୍କ ସ୍ତ୍ରୀ)ଙ୍କ କ୍ଷେତ୍ରରେ। ସାଧାରଣତଃ ପୁରୁଷମାନେ ହେନ୍ତାଳବନରୁ ମହୁ ସଂଗ୍ରହ ପାଇଁ ଯାଇ ବାଘ ଆକ୍ରମଣରେ ପ୍ରାଣ ହରାଇବା ଫଳରେ ଘରେ ବିଧବା ସ୍ତ୍ରୀଙ୍କୁ ପରିବାର ବୋଝ ବୋହିବାକୁ ହୋଇଥାଏ। ସେମାନଙ୍କୁ ସରକାର ଯୋଗାଇ ଦେଇଥିବା କିଛି ଟଙ୍କା ଓ ଖାଦ୍ୟସାମଗ୍ରୀରେ ସେମାନେ ବଞ୍ଚିରହିପାରିବେ, କିନ୍ତୁ ସାମଗ୍ରିକ ଭାବେ ସାମାଜିକ ସ୍ତରରେ ସେମାନେ ଅଣଦେଖା ହୋଇ ରହିଯାଉଥିବା ଲକ୍ଷ୍ୟ କରିଥିଲେ ନୀତି ଗୋୟଲ। ଏଭଳି ୫୦୦ ଟାଇଗର ଓ୍ବିଡୋଜଙ୍କୁ ସ୍ଥାୟୀ ଭାବେ ଆର୍ଥିକ କ୍ଷେତ୍ରରେ ସ୍ବାବଲମ୍ବୀ କରିବା ଲାଗି ମାଛଚାଷ କରିବା ଲାଗି ନୀତି ପ୍ରୋତ୍ସାହିତ କରୁଛନ୍ତି। ଏବେ ସେମାନେ ମାଛଚାଷ କରି ପରିବାର ଚଳାଉଛନ୍ତି। ଏବେ ମହିଳାମାନେ ସୁନ୍ଦରବନ ନିକଟବର୍ତ୍ତୀ ଅଞ୍ଚଳରେ ଥିବା ହୋଟେଲଗୁଡ଼ିକୁ ମାଛ ଯୋଗାଇ ଭଲ ରୋଜଗାର କରୁଛନ୍ତି। ସମଗ୍ର ସୁନ୍ଦରବନ ଅଞ୍ଚଳରେ ମୋଟ ୩୦୦୦ ଟାଇଗର ଓ୍ବିଡୋଜ୍‌ ରହିଛନ୍ତି। ନୀତି ସେମାନଙ୍କୁ ପର୍ଯ୍ୟାୟକ୍ରମେ ସଶକ୍ତ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି।